ଘୋଡାଙ୍କ ପିଠିରେ ବସି ଯୋଗ ଶିଖୁଛନ୍ତି ସୈନିକ, ଜୁନ ୨୧ରେ ଦେଖିବ ସାରା ବିଶ୍ୱ

Published By : Prameya-News7 Bureau | June 20, 2019 IST

ସାହାରାନପୁର:  ଉତ୍ତରପ୍ରଦେଶ ସାହାରାନପୁର ରିମାଉଣ୍ଟ ଡିପୋ ଓ ପ୍ରଶିକ୍ଷଣ ସଂସ୍ଥାନରେ ବିଶ୍ୱ  ଯୋଗଦିବସ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରଶିକ୍ଷଣ ସଂସ୍ଥାନ ସେନା ନିମନ୍ତେ ଘୋଡା ଓ କୁକୁରଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିଥାଏ। ଗତ କାର୍ଗିଲ ଯୁଦ୍ଧରେ ଏଠାରେ ପ୍ରଶିକ୍ଷିତ ଘୋଡା ପାହାଡରେ ସେନା ଓ ଉପକରଣ ପରିବହନ କରି ଉଚ୍ଚ ପ୍ରଶଂଶିତ ହୋଇଥିଲେ।  ଏବେ ସଂସ୍ଥାନରେ ଚାଲିଛି  ଘୋଡାଙ୍କ ପିଠିରେ ଯୋଗ ପ୍ରଶିକ୍ଷଣ। ଘୋଡା ପିଠିରେ ଯୋଗାଭ୍ୟାସର ସାରା ବିଶ୍ୱରେ ଏହା ପ୍ରଥମ ଘଟଣା, ଯାହାକୁ ପ୍ରଶିକ୍ଷତ ସୈନିକମାନେ  ୨୧ ଜୁନ ବିଶ୍ୱ ଯୋଗଦିବସ ଅବସରରେ ପ୍ରଦର୍ଶିତ କରିବେ।

{"id":125151}

ଭାରତରେ ଯୋଗଦିବସକୁ ସଫଳ କରିବାକୁ ସରକାରୀ ସଂସ୍ଥାଙ୍କଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ସଂସ୍ଥାମାନେ ଏକଜୁଟ ହୋଇଛନ୍ତି। ଏଥିରେ ପଛରେ ପଡିନି ସେନା । ତେବେ ସାହାରାନପୁରର ରିମାଉଣ୍ଟ ଡିପୋର ଚଳିତବର୍ଷ ପ୍ରଦର୍ଶନ ସମସ୍ତଙ୍କୁନିଶ୍ଚିତ ଚମତ୍କୃତ କରିବ। ଏଥିପାଇଁ ୧୧ଟି ପ୍ରଶିକ୍ଷିତ ଘୋଡାଙ୍କ ଉପରେ ବସି ସେନା ଜବାନ ଅନ୍ୟନ୍ୟ ଯୋଗାଭ୍ୟାସର ପ୍ରସ୍ତୁତି କରିଛନ୍ତି ।

{"id":125152}

ଯୋଗ ଦିବସ ନିମନ୍ତେ ଚୂଡାନ୍ତ ଅଭ୍ୟାସ ଶେଷ ହୋଇଛି। ଯୋଗଦିବସରେ ସମଗ୍ର ବିଶ୍ୱ ଯୋଗକରିବା ବେଳେ ସାହାରନ ପୁରର ପାରମାଉଣ୍ଟ ଡିପୋ ଅନ୍ୟନ୍ୟ ଯୋଗ ପ୍ରଦର୍ଶନ କରିବ। ଯାହା ସମଗ୍ର ବିଶ୍ୱ ପାଇଁ ଅନନ୍ୟ ଉଦାହରଣ ସୃଷ୍ଟି କରିବା ସହ ଯୋଗର ନୂଆ କୌଶଳ ମଧ୍ୟ ଶିକ୍ଷା କରିବ। ପ୍ରାଚୀନ ଭାରତରେ ଯୋଗର ଉତ୍ପତି ହୋଇଥିଲା। ଏହା ଏକା ଧାରରେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତି ସଞ୍ଚାରକରିଥାଏ। ଏଣୁ ୨୦୧୫ ମସିହାରେ ମିଳିତ ଜାତିସଂଘ ସଂସଦ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗଦିବସ ଘୋଷଣା କରିବା ପରଠାରୁ ଏହି ଦିନଟିକୁ ସାରା ବିଶ୍ୱରେ ଯୋଗଦିବସ ଭାବେ ପାଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.