ସାହାରା ଫେରାଉନାହିଁ ସେମାନଙ୍କର ଜମା ଟଙ୍କା, ଅଧିକ ସୁଧ ପାଇବାକୁ ଆଶା ରଖି ନିବେଶ କରିଥିବା ଲୋକେ ଏବେ ହତାଶ

Published By : Prameya-News7 Bureau | September 18, 2019 IST

ଭୁବନେଶ୍ବର୧୮।୯: ଲୋକଙ୍କୁ ଭୁଆଁ ବୁଲାଉଛି ସାହାରା ।ବର୍ଷ ବର୍ଷ ଧରି ନିଜର କଷ୍ଟ ଉପାର୍ଜିତ ଅର୍ଥକୁ ସାହାରା ଇଣ୍ଡିଆରେ ବିନିଯୋଗ କରି କିଛି ଅଧିକ ସୁଧ ପାଇବାକୁ ଆଶା ରଖିଥିବା ଲୋକେ ଏବେ ହତାଶ । କାରଣ ସାହାରା ଫେରାଉନାହିଁ ସେମାନଙ୍କର ଜମା ଟଙ୍କା । ଗୋଟିଏ ସ୍କିମ୍‌ର ମାଚ୍ୟୁରିଟି ହୋଇଯିବା ପରେ ଆଉ ଗୋଟିଏ ସ୍କିମ୍‌କୁ ଏହାକୁ ଟ୍ରାନ୍‌ସଫର କରାଯାଉଛି । କିନ୍ତୁ ଜମାକାରୀ ତାଙ୍କର ଟଙ୍କା ପାଉନାହାନ୍ତି ।ଆଉ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ଏବେ ଟଙ୍କା ଫେରାଇବା ସମ୍ଭବ ନୁହେଁ ବୋଲି ସାହାରା ପକ୍ଷରୁ ଖବର କାଗଜରେ ବିଜ୍ଞାପନ ଦିଆଯାଉଛି ।ସେପଟେ ସାହାରାର ବେଆଇନ କାର୍ଯ୍ୟକଳାପ ନେଇ ଚିଠି ଲେଖି କାମ ସାରିଦେଇଛନ୍ତି ରାଜ୍ୟ ସରକାର ।ଏମିତି ସ୍ଥିତିରେ ଏବେ ଜମାକାରୀ ହତାଶ।

{"id":159428}

ଠକି ଚାଲିଛି ସାହାରା। ମାଚ୍ୟୁରିଟି ପରେ ବି ଜମାକାରୀଙ୍କୁ ଫେରାଉନି ଟଙ୍କା। ସାହାରା କ୍ରେଡିଟ କୋ ଅପରେଟିଭ ସୋସାଇଟି, ହମାରା ଇଣ୍ଡିଆ କ୍ରେଡିଟ କୋ-ଅପରେଟିଭ, ସାହାରାୟନ ମଲଟିପର୍ପସ୍‌ କୋ-ଅପରିଟିଭ ସୋସାଇଟିରେ ଅର୍ଥ ଜମା କରିଥିବା ହିତାଧିକାରୀଙ୍କ ଏବେ ଏମିତି ଦଶା ।  ସାହାରା ଇଣ୍ଡିଆରେ ଯେଉଁମାନେ ଟଙ୍କା ଜମା କରିଥିଲେ ସେମାନେ ଏବେ ବେସାହାରା ହୋଇଗଲେଣି।  ଜମା ଅର୍ଥ ସୁଧ ସହ ଫେରିପାଇବାର ସମୟ ହୋଇଯାଇଥିଲେ ମଧ୍ୟ ସାହାରା ଟଙ୍କା ଫେରାଇବାର ନାଁ ନେଉନାହିଁ । ରି-ଇନ୍‌ଭେଷ୍ଟ ନାଁରେ ପୁଣି ଥରେ ଗ୍ରାହକଙ୍କୁ ବୋକା ବନାଉଛି। କୋରାପୁଟରୁ କେନ୍ଦ୍ରାପଡ଼ା ସବୁଠି ଏବେ ସାହାରା ନିବେଶକ ମାନଙ୍କର ସେଇ ସମାନ ଅବସ୍ଥା। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

{"id":159429}

ଜମା କରିଥିବା ହିତାଧିକାରୀଙ୍କୁ ନିଜ ସୋସାଇଟିର ସଦସ୍ୟ ଦର୍ଶାଇ ଆଇନର ଗଳାବାଟରେ ଗଳିବାକୁ ଚେଷ୍ଟା କରୁଛି କମ୍ପାନୀ। ସାହାରା ରାଜ୍ୟରେ କୋ-ଅପରେଟିଭ୍‌ ଆଳରେ ଜମା ସଂଗ୍ରହ କରିବା ସହ ଗ୍ରାହକଙ୍କୁ ଠକି ଚାଲିଥିଲେ ବି ସରକାର କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ପରି ଲାଗୁନି । ସାହାର କୋଅପରେଟିଭ୍‌ ନାଁରେ ଚାଲିଥିବା ସଂସ୍ଥାରେ ଜମାକାରୀ ମାନେ ଟଙ୍କା ପାଉଛନ୍ତି କି ନାହିଁ, କିଭଳି ସେମାନଙ୍କ ଠାରୁ ଟଙ୍କା ଜମା ନିଆଯାଉଛି ଏସବୁ ୨୨ଟି ପଏଣ୍ଟର ତଦନ୍ତ କରି ରିପୋର୍ଟ ଦେବାକୁ ଚିଠି ଲେଖିଛନ୍ତି ସମବାୟ ନିବନ୍ଧକ। ହେଲେ ବାରମ୍ବାର ତାଗିଦ୍‌ ସତ୍ତ୍ବେ ବି ଜିଲ୍ଲା ସ୍ତରରେ ଥିବା ସହ ନିବନ୍ଧକ ମାନେ ତଦନ୍ତ ରିପୋର୍ଟ ଦେଉ ନାହାନ୍ତି। ୫୮ ଜଣ ସହ ନିବନ୍ଧକଙ୍କ ମଧ୍ୟରୁ ୨୮ ଜଣ ରିପୋର୍ଟ ଦେଇଛନ୍ତି । ହେଲେ ସେମାନଙ୍କର ରିପୋର୍ଟ ଠିକ୍‌ ନାହିଁ । ସାନି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ସମବାୟ ନିବନ୍ଧକ।  ସେପଟେ ସାହାରା କହିଛି ଆମେ ତଦନ୍ତରେ ସବୁ ପ୍ରକାର ସହାୟତା କରୁଛୁ। ସାହାର ଆକାଉଣ୍ଟ ଉପରେ ରୋକ ଲାଗିଥିବାରୁ ଟଙ୍କା ଫେରାଇବା ଏବେ ସମ୍ଭବ ନୁହେଁ।

{"id":159435}

ସାହାରା ଇଣ୍ଡିଆ ନାଁରେ ଟଙ୍କା ଫେରାଉ ନଥିବା ଅଭିଯୋଗ ଆସିବା ପରେ ଗଣମାଧ୍ୟମରେ ବିଜ୍ଞାପନ ଆଳରେ ସଫେଇ ରଖିଛି କମ୍ପାନୀ। ପରୋକ୍ଷରେ କହିଛି ଟଙ୍କା ଏବେ ଫେରାଇବା ସମ୍ଭବ ନୁହେଁ। ହେଲେ ଏସବୁ ଜାଣିବି ଚୁପ୍‌ ବସିଛନ୍ତି ରାଜ୍ୟ ସରକାର। ତଦନ୍ତ ଆଳରେ ସମୟ ଗଡ଼ି ଚାଲିଥିବାରୁ ଲୋକଙ୍କୁ ଲୋଭ ଦେଖାଇ ଜମା ସଂଗ୍ରହ କରିବାରେ ମାତିଛି ସାହାରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.