ଶାହାଜାହାଁପୁରରେ ହୋଲିର ମଜା ଲୁଟିଲେ ଲୋକେ, 'ଲାଟ ଶାହାବ'ଙ୍କୁ ଖୁବ୍ ମାରିଲେ ଜୋତା

Published By : Prameya-News7 Bureau | March 10, 2020 IST

ଶାହାଜାହାଁପୁର:  ରଙ୍ଗର ପର୍ବ ହୋଲିକୁ ସାରା ଦେଶରେ ଧୁମଧାମରେ ପାଳିଛନ୍ତି ଲୋକେ। ତେବେ ଦେଶର ବିଭିନ୍ନ ସ୍ଥାନରେ ହୋଲି ପାଳନର ପ୍ରଥା ଓ ପରମ୍ପରା ଭିନ୍ନ। ଯେପରି ଉତ୍ତରପ୍ରଦେଶ ଶାହାଜାହାଁପୁରର 'ଲାଟ ଶାହାବ' ହୋଲି। ଏଠାରେ ହୋଲିରେ ଏବେବି ଲାଟଶାହାବଙ୍କୁ ଶହର ପରିକ୍ରମା କରାଯାଉଥିବା ବେଳେ ଲୋକେ ଇଂରେଜ ଶାସକଙ୍କ ବର୍ବରତାର ପ୍ରତିଶୋଧ ନେଉଛନ୍ତି। ଖୁବ୍ ଜୋତା ମାରୁଛନ୍ତି ଲାଟ ଶାହାବଙ୍କୁ।

{"id":236186,"sizeSlug":"large"}

ବାସ୍ତବରେ ଦେଶରେ ଇଂରେଜଙ୍କ ଶାସନ କେତେ କ୍ରୁର ଥିଲା ତାହା ଶାହାଜାହାଁପୁରର ଲୋକଙ୍କ ହୋଲି ଉତ୍ସବରୁ ଜଣାପଡେ। ଏଠାରେ ଲୋକେ ରଙ୍ଗ, ଅବିରରେ ହୋଲି ନ ଖେଳି ଜୋତା ଚପଲରେ ଖେଳନ୍ତି। ଖୁବ୍ ପିଟନ୍ତି ଲାଟ ଶାହାବଙ୍କୁ। ଏଠାରେ ଏପରି ହୋଲି ଇଂରେଜ ଶାସନ କାଳରେ ବି ଖେଳାଯାଉଥିଲା। ସେତେବେଳେ ଲାଟ ଶାହବଙ୍କ ନକଲରେ ଲୋକେ ଜଣକୁ ମଇଁଶି ଶଗଡରେ ଛିଡା କରାଇ ସହର ବୁଲାଉଥିଲେ ଓ ତା ଉପରକୁ ଜୋତା ଚପଲ ମାରୁଥିଲେ। ଏଣୁ ଇଂରେଜ ସରକାର ଏଠାରେ ଏପରି ହୋଲି ପାଳନ ବନ୍ଦ କରିବାକୁ ଖୁବ୍ ଉଦ୍ୟମ କରିଥିଲେ ବି ଶେଷ ପର୍ଯ୍ୟନ୍ତ ସଫଳ ହୋଇନଥିଲେ। ଯାହା ଏବେ ଏଠାରେ ପରମ୍ପରାରେ ପରିଣତ ହୋଇଯାଇଛି।

{"id":236187,"sizeSlug":"large"}

ପ୍ରଥା ଅନୁସାରେ ଜଣେ ଲୋକକୁ ଲାଟ ଶାହାବ ଭାବେ ସଜ୍ଜିତ କରି ରାସ୍ତା ଉପରକୁ ଅଣାଯାଏ। ତାଙ୍କୁ ମଇଁଷି ଶଗଡରେ ବସାଇ ସହର ପରିକ୍ରମା ଲାଗି ଶୋଭାଯାତ୍ରାର ଆୟୋଜନ ହୁଏ। ଶଗଡ ମୁଖ୍ୟ ରାସ୍ତାରେ ପହଞ୍ଚିବା ପରେ ସେଠାରେ ଅପେକ୍ଷା କରିଥିବା ଥାନା ଆଇଆଇସି ଲାଟ୍ ଶାହାବଙ୍କୁ ସାଲ୍ୟୁଟ କରନ୍ତି ତା ପରେ ଆରମ୍ଭ ହୁଏ ଲାଟ୍ ଶାହାବ ହୋଲି। ଶହରର ୪ଟି ସ୍ଥାନରୁ ୪ଜଣ ଲାଟ ଶାହାବଙ୍କୁ ଇଂରେଜ ବେଶରେ ସଜ କରି ଶଗଡରେ ଅଣାଯାଏ।

{"id":236188,"sizeSlug":"large"}

ଲୋକେ ଶଗଡ ଚାରିପଟେ  ନାଚଗିତ ସହ ରଙ୍ଗବୋଳାବୋଳି ହୋଇ ହୋଲି ଖେଳିବା ସହ ଲାଟ ଶାହବଙ୍କ ଉପରକୁ ଚପାଲ ଜୋତା ଫିଙ୍ଗନ୍ତି। ଲାଟ ଶାହାବ ହୋଇଥିବା ବ୍ୟକ୍ତିଙ୍କର ଖୁବ୍ ଅପମାନ କରନ୍ତି। ତେବେ ଏହା ଆକ୍ରୋଶରେ ନୁହେଁ। ଏପରି କରିବା ଯଦିଓ ଭାରତୀୟ ଆଇନରେ ଦଣ୍ଡ ଯୋଗ୍ୟ ଅପରାଧ ତେବେ ହୋଲି ଲାଗି ଏହା ଏଠାରେ ଛାଡ ଓ ଇଂରେଜଙ୍କ ଉଦ୍ଦେଶ୍ୟରେ ବୋଲି ବିଚାର କରାଯାଏ। ଚଳିତବର୍ଷ ମଧ୍ୟ ଲାଟ ଶାହାବ ହୋଲି ଏଠାରେ ଧୁମ ଧାମରେ ପାଳିତ ହୋଇଥିବା ବେଳେ ଲୋକେ ଲାଟ ଶାହାବଙ୍କୁ ଖୁବ୍ ଚପଲ, ଜୋତା, ଝାଡୁ ଓ ବିଷ୍ଟା ମାଡ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.