ମୁମ୍ବାଇ ୧୩/୧୦: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପରେ କରୀନା କପୁରଙ୍କ ଦ୍ବିତୀୟ ଗର୍ଭଧାରଣର ଖବର ଆସିଥିଲା। ଏବେ ସୂଚନା ମିଳିଛି ଯେ କ୍ରିକେଟର ଜାହୀର ଖାନଙ୍କ ପତ୍ନୀ ସାଗରିକା ଘଟଗେ ମଧ୍ୟ ମାଆ ହେବାକୁ ଯାଉଛନ୍ତି। ଏହି ଦମ୍ପତ୍ତି ମଧ୍ୟ ଏବର୍ଷ ନିଜର ପ୍ରଥମ ଶିଶୁକୁ ଅପେକ୍ଷା କରିଛନ୍ତି।
{"id":343660,"sizeSlug":"large"}ସାଗରିକା ଏବଂ ଜାହୀରଙ୍କ ବିବାହ ୩ବର୍ଷ ତଳେ ହୋଇଥିଲା ଏବଂ ଏବେ ଏ ୨ଜଣ ପ୍ରଥମ ଥର ବାପା ମାଆ ହେବାକୁ ଯାଉଛନ୍ତି।
{"id":343661,"sizeSlug":"large"}ପ୍ରଥମ ଥର ମା ହେବାର ଫିଲିଂ ବହୁତ ଅଲଗା ହୋଇଥାଏ। ଆପଣଙ୍କ ମନରେ ଖୁସିର ଲହରୀ ଖେଳିଉଠୁଥିବାବେଳେ ପ୍ରେଗନେନ୍ସିକୁ ନେଇ ଏକ ପ୍ରକାରର ଡର ମଧ୍ୟ ରହିଥାଏ। ସନ୍ତାନ ଆସିବା ଖୁସିରେ ପାଦ ତଳେ ଲାଗିନଥାଏ।
ଅଧିକାଂଶ ମହିଳାଙ୍କୁ ପ୍ରଥମ ପ୍ରେଗନେନ୍ସିରେ ଗର୍ଭାବସ୍ଥାର ଲକ୍ଷଣ ଜଣା ପଡ଼ିନଥାଏ। ପ୍ରେଗନେନ୍ସିର ପ୍ରାଥମିକ ମାସରେ ମର୍ଣ୍ଣିଂ ସିକନେସ୍ ଏବଂ ଥକ୍କାପଣ ଦ୍ବାରା ମହିଳାମାନେ ଡରି ଯାଇଥାନ୍ତି। ତାଙ୍କୁ ପ୍ରଥମ ପ୍ରେଗନେନ୍ସିରେ ଜଣା ପଡ଼ିନଥାଏ ଯେ ଆଗାମୀ ମାସ ତାଙ୍କ ପାଇଁ କେତେ ସମସ୍ୟାବହୁଳ ରହିବ।
ଅଲଟ୍ରାସାଉଣ୍ଡରେ ନିଜ ସନ୍ତାନକୁ ପ୍ରଥମ ଥର ଦେଖିବା ପରେ ଯାହା ଅନୁଭବ ହୋଇଥାଏ ତାହାକୁ ବୋଧହୁଏ ଶବ୍ଦରେ କହିହେବ ନାହିଁ। ଗର୍ଭଧାରଣ କରିବା ପରେ ପ୍ରଥମ ଥର ଅଲଟ୍ରାସାଉଣ୍ଡ ଆପଣ ନିଜ ସନ୍ତାନକୁ ଦେଖିଥାନ୍ତି ଏବଂ ସେହି ସମୟରେ ଆଖିରୁ ଲୁହ ବାହାରିଥାଏ।
ଭାବନାତ୍ମକ ଭାବେ ପ୍ରେଗନେନ୍ସି ଏକ ରୋଲର କୋଷ୍ଟର ରାଇଡ ଭଳି ହୋଇଥାଏ ଯେଉଁଥିରେ ବେଳେବେଳେ ଖୁସିରେ ଡେଇଁବାକୁ ଇଚ୍ଛା ହୋଇଥାଏ ତ ବେଳେବେଳେ ସନ୍ତାନର ଦାୟିତ୍ବ କଥା ଭାବି ଭାବି ମନରେ କୁଣ୍ଠା ହୋଇଥାଏ।