Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଭାରତର ୩ଟି ସବୁଠୁ ସୁରକ୍ଷିତ କାର, ଲିଷ୍ଟରେ ନାହିଁ Maruti ଓ Hyundaiର ଗୋଟିଏ ବି ମଡେଲ୍‌

19/11/2020 at 3:40 PM

ନୂଆଦିଲ୍ଲୀ ୧୯/୧୧: ନିକଟରେ ଗ୍ଲୋବାଲ ଏନସିଏପି କ୍ରାସ୍‌ ଟେଷ୍ଟ ରେଟିଂ ସାମ୍ନାକୁ ଆସିଛି। ଏଥିରେ ଭାରତରେ ନିର୍ମିତ କିଛି କାର ରେଟିଂକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗ୍ଲୋବାଲ୍‌ କ୍ରାସ ଟେଷ୍ଟରେ କେବଳ ୩ଟି ମେଡ୍‌ ଇନ୍‌ ଇଣ୍ଡିଆ କାର୍‌ ଆଡଲ୍ଟ ସେଫ୍ଟିରେ ୫ ଷ୍ଟାର ରେଟିଂ ପାଇଛି। ଏହା ସହ ଏଗୁଡ଼ିକ ଚାଇଲ୍ଡ ସେଫ୍ଟିରେ ୪ ଷ୍ଟାର ରେଟିଂ ପାଇଛି। ତେବେ ଏହି ୩ ସବୁଠୁ ସୁରକ୍ଷିତ କାର୍‌ ମଧ୍ୟରେ ଦେଶର ନମ୍ବର ଓ୍ବାନ ମାରୁତି ସୁଜୁକି ଓ ନମ୍ବର ଟୁ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ଗୋଟିଏ ବି ମଡେଲ ସ୍ଥାନ ପାଇନାହିଁ।

ଗ୍ଲୋବାଲ ଏସିଏପି କ୍ରାସ୍‌ ଟେଷ୍ଟରେ ଭାରତୀୟ କାରଗୁଡ଼ିକ ମଧ୍ୟରେ ଆଡଲ୍ଟ ସେଫ୍ଟିରେ ୫ ଷ୍ଟାର ପାଇଥିବା ୩ କାର୍‌ ହେଉଛି ମିହିନ୍ଦ୍ରା XUV300, Tata Altroz   ଓ Tata Nexon।

Mahindra XUV300: ମହିନ୍ଦ୍ରାର ଏହି ଏକ୍ସୟୁଭି ପେଟ୍ରୋଲ୍‌ ଓ ଡିଜେଲ୍‌ ଦୁଇ ବିକଳ୍ପ ସହ ଉପଲବ୍ଧ ହେଉଛି। ପେଟ୍ରୋଲ୍‌ ଇଞ୍ଜିନ୍‌ ୧୧୯୭ ସିସି ଯାହାକି ୧୦୮.୫୯ ଏଚ୍‌ପି ପାଓ୍ବାର ଓ ୨୦୦ ଏନଏମ୍‌ ଟର୍କ ଜେନେରେଟ୍‌ କରେ। ଡିଜେଲ୍‌ ଇଞ୍ଜିନ୍‌ ୧୪୯୭ ସିସି  ଯାହାକି ୧୧୫ ଏଚ୍‌ପି ପାଓ୍ବାର ଓ ୩୦୦ ଏନଏମ ଟର୍କ ଜେନେରେଟ୍‌ କରେ।

Tata Altroz: ଏଥିରେ ମଧ୍ୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଦୁଇଟି ଭ୍ୟାରିଏଣ୍ଟ ରହିଛି। ପେଟ୍ରୋଲ୍‌ ଇଞ୍ଜିନ୍‌ ୬୬ ଏଚପିର ହୋଇଥିବା ବେଳେ ୧୧୩ ଟର୍କ ଜେନେରେଟ୍‌ କରେ। ଡିଜେଲ୍‌ ଇଞ୍ଜିନ୍‌ ୯୦ ଏଚ୍‌ପିର ହୋଇଥିବା ବେଳେ ୨୦୦ ଟର୍କ ଜେନେରେଟ୍‌ କରିବାରେ ସକ୍ଷମ।

Tata Nexon: ଏହାର ଦିଲ୍ଲୀ ଏକ୍ସ ସୋ ରୁମ୍‌ ମୂଲ୍ୟ ୬୯୯୯୦୦ ଟଙ୍କାରୁ ଆରମ୍ଭ। ଏହାର ପେଟ୍ରୋଲ୍‌ ଇଞ୍ଜିନ୍‌ ୧୨୦ ପିଏସ୍‌ ମାକ୍ସିମମ୍‌ ପାଓ୍ବାର ଓ ୧୭୦ ଏନଏମର ପିକ୍‌ ଟର୍କ ଜେନେରେଟ୍‌ କରେ। ଅନ୍ୟପଟେ ଡିଜେଲ୍‌ ଇଞ୍ଜିନ୍‌ ୧୧୦ ପିଏସ୍‌ ମାକ୍ସିମମ୍ ପାଓ୍ବାର ୨୬୦ ଏନଏମ୍‌ ପିକ୍‌ ଟର୍କ ଜେନେରେଟ୍‌ କରେ।

   Related Posts