ଜଓ୍ୱାଦ ପାଇଁ ପ୍ରଭାବିତ ହୋଇପାରେ ପାରାଦ୍ୱୀପ ବନ୍ଦର, ୯ ଜାହାଜକୁ ସୁରକ୍ଷିତ ସ୍ଥାନାନ୍ତର

Published By : Prameya-News7 Bureau | December 05, 2021 IST

ପାରାଦ୍ୱୀପ ୦୫/୧୨: ଦୁର୍ବଳ ହୋଇଛି ବାତ୍ୟା ଜଓ୍ୱାଦ । ତେବେ ଏହାର ପ୍ରକୋପ ଦେଖିବାକୁ ମିଳିଛି । ପବନ ନହେଲେ ବି ସାରା ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଜନଜୀବନ । ବର୍ଷା ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବର୍ଷାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ଲାଗିଥିବା ୯ଟି ଜାହାଜକୁ ବନ୍ଦର ଛାଡି ଦୂର ସମୁଦ୍ରକୁ ପଠା ଯାଇଥିବାର ସୂଚନା ମିଳିଛି । ବାତ୍ୟା ଯୋଗୁ ବର୍ଥରେ ଲାଗିଥିବା ଜାହାଜ ଗୁଡିକ କ୍ଷତିଗସ୍ତ ହେବାର ଆଶଙ୍କା କରି ବନ୍ଦର କର୍ତ୍ତୃପକ୍ଷ ସେଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବାର ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.