ସୁରକ୍ଷିତ ଶାରୀରିକ ସମ୍ପର୍କ : ମିଳନ ବେଳେ ପିନ୍ଧନ୍ତୁ ମାସ୍କ- ସାଥୀଙ୍କୁ ଦିଅନ୍ତୁ ନାହିଁ ଚୁମା, ଡାକ୍ତରଙ୍କ ପରାମର୍ଶ

Published By : Prameya-News7 Bureau | August 11, 2020 IST

ଲଣ୍ଡନ, ୧୧|୦୮:  ଲକଡାଉନ୍ ପାଇଁ ପ୍ରେମିକ-ପ୍ରେମିକା ପରସ୍ପର ସହ ସାକ୍ଷାତ କରିପାରୁ ନାହାଁନ୍ତି । ସେମାନେ ମିଳାମିଶା ମଧ୍ୟ କରିପାରୁ ନାହାଁନ୍ତି । ଆହୁରି ମଧ୍ୟ କିଛି ସ୍ଥାନରେ ଲକଡାଉନ୍ ପାଇଁ ପରସ୍ପର ମଧ୍ୟରେ ଶାରୀରିକ ସମ୍ପର୍କ ରକ୍ଷା କରିପାରୁ ନାହାଁନ୍ତି । ଏପରି ଜଟିଳ ପରିସ୍ଥିତିର ସାମ୍ନା କରୁଛନ୍ତି ଇଂଲଣ୍ଡବାସୀ । ନିକଟରେ କରୋନା ସଂକ୍ରମଣ ରୋକିବା ପାଇଁ ଇଂଲଣ୍ଡରେ ନୂଆ ଗାଇଡଲାଇନ୍ ଜାରି କରାଯାଇଥିଲା । ଯେଉଁଥିରେ ଘର ବାହାର କାହା ସହ ଶାରୀରିକ ସମ୍ପର୍କ ରଖିବା ଉପରେ ରୋକ୍ ଲାଗିଥିଲା ।

ଏକ ଇଂରାଜୀ ଖବର କାଗଜର ରିପୋର୍ଟ ଅନୁସାରେ,  ଟେରେନ୍ସ ହାଇଜିନ୍ସ ନାମକ ଏକ ଟ୍ରଷ୍ଟ କହିଛି ଯେ, କରୋନା ସଂକ୍ରମଣ ରୋକିବା ପାଇଁ ଏବେ ଅନେକ ଘର ବାହାର ଲୋକଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିପାରୁ ନାହାଁନ୍ତି । ଲକଡାଉନ୍ ଆରମ୍ଭ ହେବା ସମୟରୁ ପ୍ରା. ୮୪ ପ୍ରତିଶତ ଲୋକେ ଏପରି ସମ୍ପର୍କ ରଖି ନାହାଁନ୍ତି । କିନ୍ତୁ କଟକଣା ହଟିଲେ କିପରି ସୁରକ୍ଷିତ ଭାବେ ଶାରୀରିକ ସମ୍ପର୍କ ରକ୍ଷା କରିବେ ସେନେଇ ମଧ୍ୟ ଟ୍ରଷ୍ଟ ପରାମର୍ଶ ଦେଇଛି ।

ଟ୍ରଷ୍ଟର କହିବାନୁସାରେ, ଏକାଧିକ ବ୍ୟକ୍ତି ବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅନୁଚିତ । ଏଥିରେ କରୋନା ସଂକ୍ରମଣର ଭୟ ଅଧିକ ରହିଛି । ଘର ଭିତରେ ନିଜ ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଅସୁବିଧା ନାହିଁ । କିସ୍ କରିବା ବେଳେ ମାସ୍କ ପିନ୍ଧିବା ଉଚିତ୍ । ବିନା ମାସ୍କରେ ଚୁମ୍ବନ କରନ୍ତୁ ନାହିଁ । ଶାରୀରିକ ସମ୍ପର୍କ ପୂର୍ବରୁ ଓ ପରେ ହାତକୁ ୨୦ ସେକେଣ୍ଡ ଯାଏଁ ଧୋଇବା ଦରକାର ।

ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଯଦି ସାଥୀଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଟେଷ୍ଟ କରିବା ଉଚିତ । ଅସୁସ୍ଥ ଅନୁଭବ ହେଲେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ବୋଲି ଟ୍ରଷ୍ଟ ପରାମର୍ଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.