Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ସ୍ବାଧୀନ ଜୀବନ ପାଇଁ ଧର୍ମ ଓ ଘର ପରିବାର ତ୍ୟାଗ କରି ଆସିଥିବା ସାଉଦି ଯୁବତୀଙ୍କୁ କାନାଡ଼ା ଦେଲା ଶରଣ

12/01/2019 at 12:34 PM

କାନାଡ଼ା ୧୨/୧: ନିଜ ଧର୍ମ ତ୍ୟାଗ କରି ସ୍ବାଧୀନ ଜୀବନ ଆଶାରେ ଘର ଛାଡି ଆସିଥିବା ସାଉଦି ଆରବର ଚର୍ଚ୍ଚିତ ଯୁବତୀଙ୍କୁ ମହମ୍ମଦ ଅଲ୍-କୁନନଙ୍କୁ କାନାଡ଼ା ଶରଣ ଦେଇଛି। ଏହି ଯୁବତୀ ଇସଲାମ୍ ସମ୍ପ୍ରଦାୟର ଏବଂ ନିଜ ପରିବାରକୁ ଛାଡ଼ି ଆସିଥିବା ଯୋଗୁଁ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚାରେ ରହିଛନ୍ତି।

କୁନନଙ୍କୁ ଶରଣ ଦେବା ପରିପ୍ରେକ୍ଷୀରେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୃଡୋ ସାମ୍ବାଦିକଙ୍କୁ କହିଛନ୍ତି –‘‘ କାନାଡ଼ା ସବୁବେଳେ ମାନବାଧିକାର ଏବଂ ମହିଳାଙ୍କ ଅଧିକାର ନିମନ୍ତେ ପ୍ରତିବଦ୍ଧ। ସଂଯୁକ୍ତ ରାଷ୍ଟ୍ର ଅନୁରୋଧ କରିବାରୁ ଆମେ ଅଲ-କୁନନଙ୍କୁ ସ୍ବୀକାର କରି ଶରଣ ଦେଇଥିଲୁ।’’

ସୂଚନାଯୋଗ୍ୟ ଯେ, ୧୮ବର୍ଷ ବୟସର ରହଫ ମହମ୍ମଦ ଅଲ୍-କୁନନ ନିଜ ପରିବାର ସହ କୁଏତ୍ ଯାତ୍ରା କରୁଥିବାବେଳେ ସେ ଅଷ୍ଟ୍ରେଲିଆ ଯିବା ପାଇଁ ଫ୍ଲାଇଟ୍ ଧରିଥିଲେ। ଅଷ୍ଟ୍ରେଲିଆ ପହଞ୍ଚିବା ପାଇଁ ତାଙ୍କୁ ବ୍ୟାଙ୍କକ୍ ହୋଇ ଯିବାର ଥିଲା କିନ୍ତୁ ବ୍ୟାଙ୍କକ୍ ଏୟାରପୋର୍ଟରେ ତାଙ୍କୁ କିଛି କର୍ମଚାରୀ ଅଟକାଇଥିଲେ।

ମହମ୍ମଦ ଅଲ୍-କୁନନଙ୍କୁ ତାଙ୍କ ପରିବାର ପାଖକୁ ପଠାଇବା ପାଇଁ ପ୍ରୟାସ କରାଯାଇଥିଲା କିନ୍ତୁ ସେ ଫେରିବାକୁ ଚାହିଁନଥିଲେ। ସେ ବ୍ୟାଙ୍କକର ଏକ ହୋଟେଲର ଏକ ରୁମରେ ନିଜକୁ ବନ୍ଦ କରିଦେଇଥିଲେ। ଏହାପରେ ମହମ୍ମଦ ଅଲ୍-କୁନନ ଟ୍ବିଟର ମାଧ୍ୟମରେ ଲୋକଙ୍କୁ ନିଜ କାହାଣୀ ବଖାଣିଥିଲେ। ଏହା ପରେ ମିଡିଆ ଏବଂ ବିଭିନ୍ନ ସଙ୍ଗଠନର ତାଙ୍କ ପ୍ରତି ଧ୍ୟାନ ଆକର୍ଷଣ କରିଥିଲେ। ତାଙ୍କୁ ଜାତିସଂଘ ଶରଣାର୍ଥୀ ମାନ୍ୟତା ପ୍ରଦାନ କରାଯାଇଥିଲା।

ୟୁଏନଏଚସିଆର କାନାଡ଼ାର ନିଷ୍ପତ୍ତିକୁ ସ୍ବାଗତଯୋଗ୍ୟ କରିଛି। ଶରଣାର୍ଥୀ ସଚିବ କହିଛନ୍ତି –‘‘ ଗତ କିଛି ଦିନରୁ ଅଲ କୁନନଙ୍କ ନିଜ ସମସ୍ୟାକୁ ସମଗ୍ର ଦେଶ ଆଗରେ କହିଛନ୍ତି। ଏହା ଦ୍ବାରା ଲକ୍ଷ ଲକ୍ଷ ଏଭଳି ଶରଣାର୍ଥୀଙ୍କ ଅବସ୍ଥାରେ କିଛି ମାତ୍ରାରେ ଉନ୍ନତି ଆସିବ।

ରହଫ ମହମ୍ମଦ ଅଲ୍-କୁନନ ବିବିସିକୁ କହିଛନ୍ତି ଯେ ସେ ଇସଲାମ୍ ଧର୍ମ ତ୍ୟାଗ କରିଛନ୍ତି ଏବଂ ଅଷ୍ଟ୍ରେଲିଆ ଯାଇ ସେଠାରେ ପାଠ ପଢ଼ି ଚାକିରୀ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ସାଉଦି ଆରବରେ ନିଜ ସ୍ବପ୍ନ ସାକାର କରିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା।

ଅଲ୍ କୁନନଙ୍କ କାହାଣୀ ସାମନାକୁ ଆସିବା ପରେ ଅଧିକାଂଶ ମହିଳା ତାଙ୍କୁ ନିଜ ପାଇଁ କୁନନଙ୍କୁ ପ୍ରେରଣା ବୋଲି ଗ୍ରହଣ କରିଛନ୍ତି। ସାରା ନାମ୍ନୀ ଜଣେ ସାଉଦି ମହିଳା ତାଙ୍କୁ ନିଜ ପ୍ରେରଣା ବୋଲି ସମ୍ବୋଧନ କରିଛନ୍ତି। ସାରା ମଧ୍ୟ କହିଛନ୍ତି ‘ଅଲ୍ କୁନନ  ଏପରି କରିଥିବା ପ୍ରଥମ ମହିଳା ନୁହନ୍ତି। ଆମେ ଏକ ସ୍ବାଧୀନ ଜୀବନ ଚାହୁଁଛୁ। ମୋ ପାସପୋର୍ଟ ସବୁବେଳେ ମୋ ବାପାଙ୍କ ପାଖରେ ରହିଥାଏ। ଆମେ କେବେ ବି ସ୍ବାଧୀନତାର ସ୍ବାଦ ଚାଖିନାହୁଁ।’

ଅଲ୍ କୁନନ ଯାହା କରିଛନ୍ତି ତାହା ଏକ ଆନ୍ଦୋଳନ ହୋଇନଥିଲେ ମଧ୍ୟ ମହିଳାମାନେ ତାଙ୍କୁ ନେଇ ଟ୍ବିଟ୍ କରୁଛନ୍ତି।  

   Related Posts