Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ପୁଣି ସ୍ୱାଧୀ ପ୍ରଜ୍ଞାଙ୍କର ବିବାଦୀୟ ବୟାନ- ବିରୋଧି ଦଳଙ୍କ ମାରକ ଶକ୍ତି ପ୍ରୟୋଗ ଯୋଗୁଁ ହେଉଛି ବିଜେପି ବରିଷ୍ଠ ନେତାଙ୍କ ନିଧନ

26/08/2019 at 2:36 PM

ଭୋପାଳ – ବିଭିନ୍ନ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସ୍ୱାଧୀ ପ୍ରଜ୍ଞା ପୁଣି ଏକ ବିବିଦୀୟ ବୟାନ ଦେଇଛନ୍ତି । ପାର୍ଟିର ବରିଷ୍ଠ ନେତାଙ୍କ ନିଧନକୁ ନେଇ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି । ବିରୋଧଦଳର ନେତା ମାରକ ଶକ୍ତି ପ୍ରୟୋଗ କରୁଥିବାରୁ ଦଳର ବରିଷ୍ଠ ନେତାମାନଙ୍କର ନିଧନ ହେଉଥିବା କଥା ସେ ପ୍ରକାଶ କରିଛନ୍ତି  । ଏହାରେ ପୁଣି ଏକ ଚର୍ଚ୍ଚା ଜୋର ଧରିଛି ।

ନିର୍ବାଚନ ଲଢୁଥିବା ସମୟରେ ତାଙ୍କୁ ଜଣେ ବାବା ବା ମହାରାଜ ଭେଟିଥିଲେ । ସେ ଖରାପ ସମୟ ଚାଲୁଛି, ଏହି ସମୟରେ ନିଜର ସାଧନ କମ୍‌ କରିବାକୁ ନାହିଁ ବୋଲି ପରାମର୍ଶ ଦେଇଥିଲେ । ସାଧନାର ସମୟ ବଢାଇବା ପାଇଁସେ ପରାମର୍ଶ ଦେଇଥିଲେ ବୋଲି ସ୍ୱାଧୀ ପ୍ରଜ୍ଞା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବିରୋଧି ଦଳରି ନେତା ଏବେ ମାରକ ଶକ୍ତି ପ୍ରୟୋଗ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପିର କ୍ଷତି କରିବା ପାଇଁ ସେମାନେ ଏପରି କରୁଛନ୍ତି ବୋଲି ସ୍ୱାଧୀ ଅଭିଯୋଗ କରିଛନ୍ତି ।

ଏବେ ଲାଗୁଛି ,ଠିକ୍‌ ସେ କହିଥିଲେ । ମାତ୍ର ସମୟ କ୍ରମେ ସେ ଏହି କଥାକୁ ଭୁଲି ଯାଇଥିଲେ ।ଏବେ କିନ୍ତୁ ସେ କଥା ମନେ ପଡିଲା । ସେହି ମହାରାଜା ଠିକ୍‌ କଥା କହିଥିଲେ । ବରିଷ୍ଠ ନେତାମାନେ କଷ୍ଟ ପାଇଁ ଆମ ଭିତରୁ ଯାଉଛନ୍ତି ବୋଲି ସ୍ୱାଧୀ ପ୍ରଜ୍ଞା କହିଛନ୍ତି । ବରିଷ୍ଠ ନେତା ଯାଉଛନ୍ତି ଓ ଅସମୟ ଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

ପୂର୍ବରୁ ସ୍ୱାଧୀ ପ୍ରଜ୍ଞା ନାଥୁରାମ ଗଡସେଙ୍କ ଉପରେ ବିବାଦୀୟ ମନ୍ତ ବ୍ୟ ଦେଇଥିଲେ । ସେ ତାଙ୍କୁ ଦେଶ ଭକ୍ତ ବୋଲି କହି ଏକ ବିବାଦୀୟ ପରିସ୍ଥିତ ସୃଷ୍ଟି କରିଥିଲେ ।

   Related Posts