ସ୍ୱାଧ୍ୱୀ ପ୍ରାଚୀଙ୍କ ବିବାଦୀୟ ବୟାନ : କହିଲେ ମସ୍‌ଜିଦ୍‌ ବନ୍ଦ କର-ପଢନି ପାଞ୍ଚଥର ନମାଜ, କରୋନା ପାଇଁ ରାହୁଲଙ୍କୁ ଟାର୍ଗେଟ

Published By : Prameya-News7 Bureau | March 17, 2020 IST

ବରେଲି ୧୭।୦୩: ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ସ୍ୱାଧ୍ୱୀ ପ୍ରାଚୀ ପୁଣି ଥରେ ଏକ ବୟାନ ଦେଇଛନ୍ତି । ଏଥର କରୋନା ଭାଇରସ୍‌ ନେଇ ବିବାଦୀୟ ବୟାନ ଦେଇଛନ୍ତି । କରୋନା ସଂକ୍ରମଣ ଭୟରେ ଯଦି ଦେଶରେ ମନ୍ଦିର ବନ୍ଦ ହେଉଛି । ତେବେ ମସ୍‌ଜିଦ୍‌ ମଧ୍ୟ ବନ୍ଦ କରାଯିବା ଉଚିତ୍ । କେବଳ ଏତିକି ନୁହେଁ , ଦେଶରେ କରୋନା ଭୂତାଣୁ ବିସ୍ତାର କରିବା ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲା ଗାନ୍ଧୀ ମଧ୍ୟ ଦାୟୀ ବୋଲି କହିଛନ୍ତି ।

{"id":239783,"sizeSlug":"large"}

ସ୍ୱାଧ୍ୱୀ ପ୍ରାଚୀ କହିଛନ୍ତି ଯେ,  ଏହା ସତ୍ୟ ଯେ କରୋନା ଭୟ ଯୋଗୁଁ ବୈଷ୍ଣଦେବୀ ଓ ସିଦ୍ଧିବିନାୟକ ମନ୍ଦିର ବନ୍ଦ ହୋଇଯାଇଛି । ଦେଶରେ ଅନ୍ୟ ମନ୍ଦିର ମଧ୍ୟ ବନ୍ଦ କରାଯାଇଛି । ଯାହାଦ୍ବାରା ହିନ୍ଦୁମାନେ ଅତ୍ୟନ୍ତ ସମ୍ବଦେନଶୀଳ ରହିଛନ୍ତି । ମୁଁ ସରକାରଙ୍କୁ  ଅନୁରୋଧ କରିବାକୁ ଚାହୁଁ ଯେ, ଯଦି ଦେଶରେ  ମନ୍ଦିର ବନ୍ଦ ହୋଇପାରିବ । ତେବେ ମାଦ୍ରାସା , ଜାମା ଓ  ଅନ୍ୟାନ୍ୟ ମସ୍‌ଜିଦ୍‌ ବନ୍ଦ କରିଦେବା ଉଚିତ୍‌ ।   ଦିନକୁ ପାଞ୍ଚ ଥର ନମାଜ ପାଠ ବନ୍ଦ କରିବା ଉଚିତ୍‌ । କାରଣ ଏହାଦ୍ବାର ମଦ୍ୟ କରୋନା ବ୍ୟାପୀଥାଏ ।  ସେଥିପାଇଁ ପାଞ୍ଚ ଥର ନମାଜ ବନ୍ଦ ହେବା ଉଚିତ୍ | ୟୁପିରେ ଥିବା ମସଜିଦ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି ସ୍ବାଧ୍ବୀ ପ୍ରାଚୀ ।

ତେବେ ଏତିକିରେ ଅଟକିନଥିଲେ ସ୍ୱାଧ୍ୱୀ ପ୍ରାଚୀ । ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଶରେ କରୋନା ବିସ୍ତାର କରିଛନ୍ତି । ରାହୁଲ ଗାନ୍ଧୀ ଇଟାଲୀରୁ ଫେରି ଦେଶରେ କରୋନା ବିସ୍ତାର କରିଥିଲେ। ତେଣୁ  ରାହୁଲ ଗାନ୍ଧୀଙ୍କ କରୋନା ଉପରେ କହିବାର ଅଧିକାର ନାହିଁ। ସେମାନେ ଖେଳନା ଉପରେ କଥା ହେବା ଉଚିତ୍ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.