Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ସାଧ୍ୱୀ ପ୍ରାଚୀଙ୍କ ଚେତାବନୀ, ଦେଶରେ ଖୁବ୍ ଶୀଘ୍ର ଘଟିବାକୁ ଯାଉଛି ବଡ ଘଟଣା, ଜାଣନ୍ତୁ କ’ଣ

4/08/2019 at 4:11 PM

ମିରଟ:  ବିବାଦୀୟ ବୟାନ ନିମନ୍ତେ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ବିଶ୍ବହିନ୍ଦୁ ପରିଷଦ ନେତ୍ରୀ ସାଧ୍ୱୀ ପ୍ରାଚୀ ଦେଶରେ ଖୁବ୍ ଶୀଘ୍ର ବଡ ଘଟଣା ଘଟିବାକୁ ଯାଉଥିବା ନେଇ ଚେତାବନୀ ଦେଇଛନ୍ତି। ଏଥିରେ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ କାଶ୍ମୀରରେ ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ସରକାର ପ୍ରସ୍ତୁତି ଚଳାଇଥିବା କହିଥିବା ବେଳେ ଏଥି  ପାଇଁ ଏବେ ଅମରନାଥ ଯାତ୍ରାକୁ ଅଧାରେ ଅଟକାଇ ଦିଆଯାଇଥିବା କହିଛନ୍ତି ।

ଗଣମାଧ୍ୟମ ସହ ଆଲୋଚନାରେ ପ୍ରାଚୀ ଉତ୍ତର ପ୍ରଦେଶର ଯୋଗୀ ସରକାର ଖୁବ୍ ଶୀଘ୍ର ସପା ନେତା ଆଜମ ଖାନଙ୍କୁ ଜେଲରେ ଭର୍ତ୍ତି କରିବାକୁ ଯାଉଥିବା ସୂଚନା ଦେଇଛନ୍ତି। ସେହିପରି ଉନ୍ନାବ କାଣ୍ଡ ସମ୍ପର୍କରେ ସାମ୍ବାଦିକ ପ୍ରାଚୀଙ୍କୁ ପଚାରିବାରୁ ବିଧାୟକ କୁଲଦୀପ ସେଙ୍ଗାରଙ୍କୁ ବିଜେପି ତୁରନ୍ତ ପାର୍ଟିରୁ ବହିଷ୍କାର କରିଥିବା କହିଛନ୍ତି। ଦଳର ଏହି ନିଷ୍ପତ୍ତିକୁ ପ୍ରାଚୀ ଗଣମାଧ୍ୟମରେ ସ୍ୱାଗତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଛନ୍ତି।

ଏହି ବିହିପ ନେତ୍ରୀ ନିକଟରେ ମୁସଲମାନ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କାଁବରକୁକାଉଡିଆ ଯାତ୍ରାରେ ବ୍ୟାବହାର ନ କରିବା ଲାଗି ଆହ୍ୱାନ ଦେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ଏଥିରେ କାଶ୍ମୀର ପ୍ରସଙ୍ଗରେ ବଡ ଘଟଣା ଘଟିବାକୁ ଯାଉଥିବା କହି ପୁଣି ଦେଶରେ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛନ୍ତି ।

   Related Posts