ରାମ ମନ୍ଦିର ପାଇଁ ଅଜବ ପ୍ରଣ: ନିଜ ମୁଣ୍ଡରେ ଜବ, ଚଣା, ବିରି ବୁଣିଛନ୍ତି ସାଧୁ
25/02/2021 at 5:20 PM

ପ୍ରୟାଗରାଜ ୨୫/୦୨ : ସଙ୍ଗମ ନଗରୀ ପ୍ରୟାଗରାଜରେ ହେଉଥିବା ମାଘ ମେଳାରେ ଦେଶର ଅନେକ କୋଣ ଅନୁକୋଣରୁ ଅନେକ ସାଧୁସନ୍ଥ ପହଞ୍ଚିଛନ୍ତି। ଏହି ମେଳାରେ ଜଣେ ସାଧୁଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି। ବାବାଙ୍କ ଭିନ୍ନ ରୂପକୁ ନେଇ ଖୁବ ଚର୍ଚ୍ଚା ହେଉଛି। ବାବାଙ୍କୁ ଶସ୍ୟ ବାବା କୁହାଯାଉଛି।

ଅଯୋଧ୍ୟା ରାମ ମନ୍ଦିରରେ ଶୀଘ୍ର ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ହେଉ ବୋଲି ସେ ଏକ ନିଆରା ପ୍ରଣ ନେଇଛନ୍ତି। ରାମଙ୍କ ଦର୍ଶନ ପାଇଁ ମନୋସ୍କାମନା ରଖି ସେ ନିଜ ମୁଣ୍ଡରେ ଶସ୍ୟ ବୁଣିଛନ୍ତି। ନିଜ ମୁଣ୍ଡ ଜଟାରେ ସେ ଶସ୍ୟ ବୁଣିଛନ୍ତି। ଅଯୋଧ୍ୟାରେ ରାମଙ୍କ ମନ୍ଦିର ଶୀଘ୍ର ନିର୍ମାଣ ହେଉ ଏବଂ ସେ ଦର୍ଶନ ପାଇଁ ଯାଇପାରନ୍ତୁ ବୋଲି ସେ ମନୋସ୍କାମନା ରଖିଛନ୍ତି।

ଶସ୍ୟ ବାବା ନିଜ ମୁଣ୍ଡରେ ଜବ ଧାନ, ଚଣା, ମେଥି, ବିରି ଆଦି ବୁଣିଛନ୍ତି। ମଞ୍ଜିରୁ ଏବେ ଗଜା ବାହାରିଲାଣି। ତେବେ ଖାସ କଥା ହେଲା ଏଥିରେ ଟିକେ ବି ମାଟି ଦିଆଯାଇ ନାହିଁ। ଶସ୍ୟ ବାବାଙ୍କ ନାଁ ହେଲା ଅମରଜିତ ସନ୍ଥ ରବି ଦାସ। ତାଙ୍କ ଘର ମାରକୁଣ୍ଡି ଜିଲ୍ଲା ସୋନଭଦ୍ରରେ। ସେ ମାଘ ମେଳା ପାଇଁ ପ୍ରୟାଗରାଜ ଆସିଛନ୍ତି। ବାବାଙ୍କର ଏହି ଅଜବ ପ୍ରଣ ମେଳାରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ ଦେଖିବାକୁ ମଧ୍ୟ ଲୋକଙ୍କ ଭିଡ ଲାଗୁଛି।