ମହାରାଷ୍ଟ୍ର ଆଶ୍ରମରେ ଜଣେ ସାଧୁ ଓ ତାଙ୍କ ସେବକଙ୍କୁ ହତ୍ୟା : କାରଣ ଅସ୍ପଷ୍ଟ

Published By : Prameya-News7 Bureau | May 24, 2020 IST

ନାନ୍ଦେଡ ୨୪/୦୫ : ମହାରାଷ୍ଟ୍ର ନାନ୍ଦେଡରେ ଜଣେ ଶନିବାର ବିଳମ୍ବିତ ରାତିରେ ଏକ ଆଶ୍ରମରେ ଜଣେ ସାଧୁ ଏବଂ ତାଙ୍କ ସେବକଙ୍କୁ ହତ୍ୟା କରାଯାଇଛି | ସାଧୁଙ୍କ ମୃତଦେହ ଆଶ୍ରମରୁ ଉଦ୍ଧାର ହୋଇଥିବାବେଳେ ସେବକଙ୍କ ମୃତଦେହ ଆଶ୍ରମ ଠାରୁ କିଛି ଦୂରରୁ ଉଦ୍ଧାର ହୋଇଥିଲା | ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ପୋଲିସ ହତ୍ୟା ମାମଲାର ତଦନ୍ତ କରୁଛି | ତେବେ ହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ | କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ପାଲଘରରେ ଦୁଇ ଜଣ ସାଧୁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା | ସେହି ମାମଲା ଶାନ୍ତ ପଡ଼ିନଥିବାବେଳେ ପୁଣି ସାଧୁଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି | ହତ୍ୟା କରାଯାଇଥିବା ସାଧୁ ହେଲେ ସଦ୍ଗୁରୁ ଶିବାଚାର୍ଯ୍ୟ ନାଗଠଣକର | ସକାଳୁ ତାଙ୍କ ଶିଷ୍ୟ ଆସି ଆଶ୍ରମରେ ତାଙ୍କ ମୃତଦେହ ପଡିଥିବା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ | ସୂଚନା ଆପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

ପ୍ରାଥମିକ ତଦନ୍ତରୁ ହତ୍ୟାର କାରଣ ଚୋରି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି | କାରଣ ଆଶ୍ରମରେ ଜିନିଷପତ୍ର ଏପଟେ ସେପଟେ ବିଛେଇ ହୋଇପଡ଼ିଥିଲା | ମାମଲାର ଯାଞ୍ଚ ସହ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.