ହାଇପର ଥାଇରଏଡ଼ ଯୋଗୁଁ ସାଧନା ହରାଇଥିଲେ ନିଜର ଦୃଷ୍ଟିଶକ୍ତି : ସଂପର୍କରେ ଥିଲେ କରୀଶ୍ମା ଏବଂ କରୀନାଙ୍କ ମାଉସୀ
3/09/2018 at 12:06 PM

ମୁମ୍ବାଇ ୩/୯: ବିଗତ ଦିନର ଆକ୍ଟ୍ରେସ୍ ସାଧନାଙ୍କ ସେପ୍ଟେମ୍ବର ୨ରେ ୭୭ ଜନ୍ମବାର୍ଷିକୀ। ତାଙ୍କ ଜନ୍ମ ୧୯୪୧ ମସିହାରେ ପାକିସ୍ତାନର କରାଚୀରେ ଏକ ସିନ୍ଧି ପରିବାରରେ ହୋଇଥିଲା। ୧୯ବର୍ଷ ବୟସରୁ ଆକ୍ଟ୍ରେସ୍ ଜୀବନ ଆରମ୍ଭ କରିଥିବା ସାଧନା ୨୭ଟି ଫିଲ୍ମରେ କାମ କରିଛନ୍ତି। ସାଧନାଙ୍କୁ ହାଇପର ଥାଇରଏଡ଼ ହୋଇଥିବା ଯୋଗୁଁ ଏହାର ପ୍ରଭାବରେ ତାଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ଚାଲିଯାଇଥିଲା।
ସାଧନା ରାଜ କପୁରଙ୍କ ଫିଲ୍ମ ‘ଶ୍ରୀ ୪୨୦’ରେ ଥିବା ଏକ ଗୀତ ‘ମୁଡ଼ ମୁଡ଼ କେ ନା ଦେଖ’ ରେ କୋରସରେ କାମ କରିଥିଲେ। କିନ୍ତୁ ଆକ୍ଟ୍ରେସ୍ ଭାବରେ ୧୯୬୦ମସିହାରେ ଆସିଥିବା ଫିଲ୍ମ ‘ଲଭ୍ ଇନ୍ ଶିମଲା’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମର ଡାଇରେକ୍ଟର ଆର୍.କେ ନାୟର୍ ଥିଲେ। ପ୍ରଥମ ଫିଲ୍ମରେ ହିଁ ଆର୍.କେ ନାୟରଙ୍କୁ ମନ ଦେଇ ବସିଥିଲେ ସାଧନା। ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ସାଧନାଙ୍କ ବାପା ମା ଚାହୁଁନଥିଲେ ଯେ ସେ ଏତେ କମ୍ ବୟସରେ ବିବାହ କରନ୍ତୁ।
୬ବର୍ଷର ଡେଟିଙ୍ଗ ପରେ ମାର୍ଚ୍ଚ ୭ତାରିଖ ୧୯୬୬ମସିହାରେ ସେ ନାୟରଙ୍କୁ ବିବାହ କଲେ। ଶ୍ବାସରୋଗ କାରଣରୁ ନାୟର୍ ୧୯୯୫ମସିହାରେ ଇହଲୀଳା ସମ୍ବରଣ କରିଥିଲେ।
ସାଧନା ୧୪ବର୍ଷ ବୟସରୁ କାମ କରିବା ଆରମ୍ଭ ଦେଇଥିଲେ। ସେ ୧୬ବର୍ଷ ବୟସରେ ସିନ୍ଧି ଫିଲ୍ମ ‘ଅବାନା’ରେ ଲିଡ୍ ଆକ୍ଟ୍ରେସ୍ ଭୂମିକାରେ ଅଭିନୟ କରିଥିଲେ। ଏଥିପାଇଁ ତାଙ୍କୁ ଏକ ଟଙ୍କାର ଟୋକନ୍ ମିଳିଥିଲା। ଏହି ଫିଲ୍ମ ପରେ ଏକ ମ୍ୟାଗାଜିନରେ ତାଙ୍କର ଫଟୋ ଛପିଥିଲା ଯାହାକୁ ଦେଖି ପ୍ରଡ୍ୟୁସର୍ ଶଶାଧର ମୁଖାର୍ଜୀ ‘ଲଭ୍ ଇନ୍ ଶିମଲା’ର ଅଫର୍ ଦେଇଥିଲେ।
ଫିଲ୍ମର ଡାଇରେକ୍ଟର ଆର୍.କେ ନାୟରଙ୍କୁ ସାଧନାଙ୍କ ଚେହେରା ଟିକେ ବିଚିତ୍ର ଲାଗିଥିଲା।
ସ୍ବାମୀଙ୍କ ନିଧନ ପରେ ସାଧନା ପୂରା ଏକୁଟିଆ ହୋଇଯାଇଥିଲେ। ତାଙ୍କର କୈାଣସି ସନ୍ତାନ ସନ୍ତତି ମଧ୍ୟ ନଥିଲେ। ଶେଷ ଦିନରେ ସେ ମୁମ୍ବାଇର ଏକ ପୁରୁଣା ବଙ୍ଗଳାରେ ଭଡ଼ାରେ ରହୁଥିଲେ। ଏହି ବଙ୍ଗଳା ଆଶା ଭୋଁସଲେଙ୍କର ଥିଲା। ସାଧନାଙ୍କୁ ଥାଇରଏଡ଼୍ ହୋଇଥିଲା,ଯେଉଁଥିପାଇଁ ଏହାର ପ୍ରଭାବ ତାଙ୍କ ଆଖି ଉପରେ ପଡ଼ିଥିଲା। ସ୍ବାସ୍ଥ୍ୟର ଅବନତି ଫଳରେ ଶେଷରେ ଡିସେମ୍ବର ୨୫ତାରିଖ ୨୦୧୫ରେ ତାଙ୍କର ନିଧନ ହୋଇଥିଲା।
ସାଧନା ଚାଇଲ୍ଡ ଆର୍ଟିଷ୍ଟ ଭାବେ ନିଜର ଆକ୍ଟିଙ୍ଗ୍ କ୍ୟାରିୟର୍ ଆରମ୍ଭ କରିଥିଲେ। ‘ଲଭ୍ ଇନ୍ ଶିମଲା’ରେ ତାଙ୍କ ହୀରୋ ଥିଲେ ଜୟ ମୁଖାର୍ଜୀ। ସାଧନାଙ୍କ ପ୍ରଥମ ଫିଲ୍ମ ସୁପରହିଟ୍ ହୋଇଥିଲା ଏବଂ ସେ ରାତାରାତି ଷ୍ଟାର୍ ହୋଇଯାଇଥିଲେ। ଏହା ଛଡ଼ା ସେ ‘ହମ୍ ଦୋନୋଁ’,‘ପ୍ରେମ ପତ୍ର’,ଏକ ମୁସାଫିର୍ ଏକ୍ ହସିନା’,‘ଓ୍ବୋ କୈାନ୍ ଥୀ’,‘ରାଜକୁମାର’,‘ଏକ ଫୁଲ ଦୋ ମାଲି’,‘ଇନ୍ତକାମ’,‘ଆପ୍ ଆୟେ ବାହାର୍ ଆୟି’ ଭଳି ଅନେକ ହିଟ୍ ଫିଲ୍ମରେ କାମ କରିଥିଲେ।