୫ କୋଟି ଟଙ୍କାରେ ନିଲାମ୍ ହେଲା ସଦ୍‌ଗୁରୁଙ୍କ ପେଣ୍ଟିଙ୍ଗ୍ : 'ବିଟ୍ ଦ ଭାଇରସ୍' ଫାଉଣ୍ଡେସନ୍ ଜରିଆରେ ଅନାହାରଙ୍କୁ ଭୋଜନ ଯୋଗାଇବାକୁ ପ୍ରୟାସ

Published By : Prameya-News7 Bureau | July 07, 2020 IST

କୋଏମ୍ବାଟୁର ୦୭/୦୭ : ଇଶା ଫାଉଣ୍ଡେସନର ସଂସ୍ଥାପକ ଜଗ୍ଗୀ ବାସୁଦେବଙ୍କ ଏକ ପେଣ୍ଟିଙ୍ଗ ୫.୧ କୋଟି ଟଙ୍କାରେ ନିଲାମ ହୋଇଛି | କିଛି ଦିନ ପୂର୍ବରୁ ତାଙ୍କର ଗୋଟିଏ ପେଣ୍ଟିଙ୍ଗ ୪.୧ କୋଟି ଟଙ୍କାରେ ନିଲାମ ହୋଇଥିଲା | ଏହି ସବୁ ରାଶି ସେ 'ବିଟ ଦ ଭାଇରସ' ନାମକ ଫାଉଣ୍ଡେସନ ଦାନ କରିଦେଇଛନ୍ତି | ଏହି ଫାଉଣ୍ଡେସନ୍ କରୋନା ଭାଇରସ ସହ ଲଢ଼ିବାକୁ ଲୋକଙ୍କୁ ସାହାଯ୍ୟ କରୁଛି | ବିଶେଷକରି ଗ୍ରାମୀଣ, ଅଭାବୀ ଲୋକଙ୍କୁ ଏହି ଫାଉଣ୍ଡେସନ୍ ସାହାଯ୍ୟ କରୁଛି | ଏହି ପେଣ୍ଟିଙ୍ଗ ଫାଉଣ୍ଡେସନର ପ୍ରସିଦ୍ଧ ଷଣ୍ଢକୁ ଶ୍ରଦ୍ଧାଞ୍ଜଳି ଦେବାକୁ ତିଆରି ହୋଇଥିଲା |

{"id":297437,"width":572,"height":381,"sizeSlug":"large"}

ସୋମବାର ଦିନ ଅନଲାଇନ ନିଲାମୀ ଶେଷ ହୋଇଥିଲା | ୫.୧ କୋଟି ଟଙ୍କାରେ ନିଲାମୀ ଶେଷ ହୋଇଥିଲା | ସେଥିପାଇଁ ମାସେ ପୂର୍ବରୁ ଭୈରବ ପେଣ୍ଟିଙ୍ଗକୁ ଅନଲାଇନ ନିଲାମୀ ପାଇଁ ରଖ ଯାଇଥିଲା | ଗ୍ରାମୀଣ ଅଞ୍ଚଳରେ ଅନାହାର ରୋକିବା ପାଇଁ ଇଶା ଫାଉଣ୍ଡେସନ୍ କାର୍ଯ୍ୟ କରିଥାଏ | ଅନାହାର ରୋକିବା ପାଇଁ ଜଗ୍ଗୀ ସଦଗୁରୁଙ୍କ ନିଆରା ପେଣ୍ଟିଙ୍ଗକୁ କିଣି ୫.୧ କୋଟି ଟଙ୍କା ଦାନ କରିଥିବା ବ୍ୟକ୍ତିଙ୍କୁ ଖୁବ ପ୍ରଶଂସା କରାଯାଉଛି |

{"id":297434,"sizeSlug":"large"}

ଏହି ପେଣ୍ଟିଙ୍ଗ୍ ସମ୍ପୂର୍ଣ ଜୈବିକ ପଦାର୍ଥ ତିଆରି ହୋଇଛି | ସଦଗୁରୁଙ୍କ ଏହା ଦ୍ୱିତୀୟ କଳାକୃତି ଯାହା ଇଶା ଆଉଟରିଚ୍ ପ୍ରୟାସ ପାଇଁ ପ୍ରଦାନ କରିଛନ୍ତି | ଏହି ଟଙ୍କାରେ ତାମିଲନାଡୁରେ ହଜାର ହଜାର ଲୋକଙ୍କୁ ଖାଦ୍ୟ ଏବଂ ପ୍ରତିରୋଧକ କ୍ଷମତା ବଢାଇବାକୁ ଏକ ପ୍ରକାର ପାନୀୟ ଦିଆଯାଇଥାଏ | ଏହାସହ ସ୍ୱାସ୍ଥ୍ୟକର୍ମୀଙ୍କୁ ପିପିଇ କିଟ୍ ମଧ୍ୟ ଦିଆଯାଇଥାଏ |

{"id":297435,"sizeSlug":"large"}

ସଦଗୁରୁ କହିଛନ୍ତି ଯେ, ଦେଶରେ ଗ୍ରାମୀଣ ଅଞ୍ଚଳରେ ଯେଉଁମାନଙ୍କର କୌଣସି ଅଜୀଵିକା ନାହିଁ ସେମାନଙ୍କୁ ପୋଷଣ ପ୍ରଦାନ କରିଥାଏ ଏବଂ ଏଥିରେ ପ୍ରତିଦିନ ହଜାର ହଜାର ଲୋକ ଯୋଡି ହୋଇଥାନ୍ତି | ଅଭାବୀଙ୍କୁ ଭୋଜନ ପ୍ରଦାନ କରିବାକୁ ଅର୍ଥ ଜୁଟାଇବାକୁ ପେଣ୍ଟିଙ୍ଗ ଏକ ମାଧ୍ୟମ ବୋଲି ସଦଗୁରୁ କହିଛନ୍ତି |

{"id":297436,"width":576,"height":361,"sizeSlug":"large"}

ଇଶାର ପ୍ରିୟ ଷଣ୍ଢ ଭୈରବକୁ ଶ୍ରଦ୍ଧାଞ୍ଜଳି ଦେବାକୁ ସଦଗୁରୁ ଏହି ପେଣ୍ଟିଙ୍ଗ କରିଛନ୍ତି ଯାହାର ଏପ୍ରିଲରେ ଦେହାନ୍ତ ହୋଇଥିଲା | ସଦଗୁରୁ କଳାକୃତିର ପୃଷ୍ଠଭୂମି ପାଇଁ ଗୋବର ବ୍ୟବହାର କରିଛନ୍ତି | ଏଥିପାଇଁ କୋଇଲା, ହଳଦୀ ଓ ଚୁନା ବ୍ୟବହାର କରାଯାଇଛି | ସଦଗୁରୁଙ୍କ 'ଟୁ ଲିଭ୍ ଟୋଟାଲି' ନାମକ ପ୍ରଥମ ପେଣ୍ଟିଙ୍ଗ କାନଭାସରେ ଏକ ଅପୂର୍ବ ତୈଳଚିତ୍ର ଥିଲା | ଏହି ପେଣ୍ଟିଙ୍ଗ ନିଲାମୀରେ ୪.୧୪ କୋଟି ଟଙ୍କା ମିଳିଥିଲା | ଏହି ପେଣ୍ଟିଙ୍ଗ ଜରିଆରେ ପ୍ରାପ୍ତ ହୋଇଥିବା ଅର୍ଥରେ 'ବିଟ୍ ଦ ଭାଇରସ୍' ଅଭିଯାନରେ ପ୍ରତିଦିନ ଭୋଜନ ବିତରଣ କରିବାରେ ସହାୟତା ମିଳିବ | ଏହି ଅଭିଯାନ ଗ୍ରାମୀଣ ସମ୍ପ୍ରଦାୟକୁ ଅନାହାରରୁ ବଞ୍ଚାଉଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.