Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସଦ୍ଦାମ ହୁସେନଙ୍କ ବିଶ୍ୱସ୍ତ କମାଣ୍ଡର ଦୁରୀଙ୍କ ପରଲୋକ, ସଦ୍ଦାମଙ୍କ ଝିଅ ଦେଲେ ଖବର, ଇବ୍ରାହିମଙ୍କ ମୁଣ୍ଡ ପାଇଁ ଆମେରିକା ଘୋଷଣା କରିଥିଲା ୧୦ ମିଲିୟନ ଡଲାର

27/10/2020 at 9:33 PM

ନୂଆଦିଲ୍ଲୀ, ୨୭|୧୦: ସଦ୍ଦାମ ହୁସେନଙ୍କ ଘନିଷ୍ଠ ସହଯୋଗୀ ତଥା ଡାହାଣ ହାତ ଭାବେ ପରିଚିତ ଇଜ୍ଜତ ଇବ୍ରାହିମ ଦୁରୀ ୭୮ ବର୍ଷରେ ପ୍ରାଣ ହରାଇଛି । ସେ ଦୀର୍ଘଦିନ ଧରି ନିର୍ବାଚନ ଦଣ୍ଡ ଭୋଗୁଥିଲା । ଇଜ୍ଜତର ମୃତ୍ୟୁ ବାବଦରେ ଇରାକି ଡିକ୍ଟାକ୍ଟର ସଦ୍ଦାମ ହୁସେନଙ୍କ ଝିଅ ରାଘଡ ସଦ୍ଦାମ ହୁସେନ ଓ ବାଥ୍ ପାର୍ଟି ତରଫରୁ ସୂଚନା ଦିଆଯାଇଛି ।

୨୦୦୩ରେ ସଦ୍ଦାମ ହୁସେନ ଧରାପଡିବା ପରେ ଆମେରିକାକୁ ସଫଳତା ମିଳିଥିଲା । ସେତେବେଳେ ଆମେରିକା ଇରାକକୁ ସଦ୍ଦାମ ଓ ଦୁରୀଙ୍କ ବିରୋଧରେ ସାହାଯ୍ୟ କରୁଥିଲା ।ଏପରିକି ଦୁରୀଙ୍କ ଉପରେ ୧୦ ମିଲିୟନ ଡଲାରର ପୁରସ୍କାର ରାଶି ରହିଥିଲା ।

ରାଘଡ ଟ୍ୱିଟ୍ କରି ଇଜ୍ଜତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଏହାସହ ଦୁରୀ ଓ ସଦ୍ଦାମଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ତେବେ କେଉଁ କାରଣରୁ ଏବଂ କେଉଁଠି ଦୁରୀ ପ୍ରାଣ ହରାଇଛି ତାହାର ସୂଚନା ଦିଆଯାଇ ନାହିଁ ।  ସୂଚନାଯୋଗ୍ୟ, ସଦ୍ଦାମକୁ ୨୦୦୬ରେ ଫାଶୀ ଦିଆଯାଇଥିଲା ।

ବାଥ୍ ପାର୍ଟି ଇରାକରେ ଏକଦା ଶାସନରେ ଥିଲା । ସଦ୍ଦାମ ହୁସେନ ଧରା ପଡିବା ପରେ ଏହାର ପତନ ଘଟିଥିଲା । ସେତେବେଳେ ଦୁରୀକୁ ବାଥ୍ ପାର୍ଟିର ଦ୍ୱିତୀୟ କ୍ଷମତାକେନ୍ଦ୍ର ବୋଲି କୁହାଯାଉଥିଲା ।

ତେବେ ୨୦୧୬ରେ ଦୁରୀର ଏକ ଅଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଅଲକାଏଦା  ଓ ଇସଲାମିକ ଷ୍ଟେଟକୁ ପ୍ରଶଂସା କରୁଥିବା ଅଭିଯୋଗ ହୁଏ ।

   Related Posts