Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଟୋଇଙ୍କୁ ଧକ୍କା ଦେଲା ବାଇକ, ୨ମୃତ

17/08/2020 at 1:38 PM

ସାଲେପୁର ୧୭।୦୮: କଟକ ଜିଲ୍ଲା ସାଲେପୁର ଥାନା କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ସୂଚନାଯୋଗ୍ୟ ଯେ, ବାଇକ ଯୋଗେ ଦୁଇଜଣ ଯାଉଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ବାଟୋଇକୁ ଧକ୍କା ଦେଇଥିଲା। ଯାହାଫଳରେ ଗାଡି ଚଳାଉଥିବା ଲୋକ ଓ ବାଟେଇଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସେହିପରି ବାଇକରେ ବସିଥିବା ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ  କଟକ ମେଡିକାଲକୁ ପଠାଇଦିଆଯାଇଛି ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ନାମ ଯଥାକ୍ରମେ ସେକ୍‌ ରେହମାନ ଓ ବିନୟ କୁମାର ରାଉତ ବୋଲି ଜଣାପଡିଛି .। ତେବେ ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ଅଖତର ରାଜା ବୋଲି ଜଣାପଡିଛି । ବାଇକ୍‌ରେ ଯାଉଥିବା ଦୁଇଜଣ ନିଶ୍ଚିନ୍ତକୋଇଲି ଥାନା ବାହାବଳପୁର ଗାଁରେ । ସେହିପରି ମୃତ ବାଟୋଇ ଜଣକଙ୍କ ଘର ସାଲେପୁର ଥାନା ଅନ୍ତର୍ଗତ ବରାଦ ଗାଁର ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିଵା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି।

   Related Posts