ଅଫିସରୁ ଯାଇ ଫେରିଲେନି, ଗାଁ ମୁଣ୍ଡରେ ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ

Published By : Prameya-News7 Bureau | June 11, 2020 IST

ଜଳେଶ୍ୱର ୧୧।୦୬ : ୬୦ ନଂ ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବିଏସଏନଏଲ କର୍ମଚାରୀଙ୍କ ମୃତ ହୋଇଛି । ମୃତକ ଜଣକ ହେଲେ ବସ୍ତା ଥାନା ଅର୍ନ୍ତଗତ ଗୁଣ୍ଡରିମରା ଗାଁର ଯଶୋବନ୍ତ ମହାନ୍ତି ।

{"id":284458,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିଏସଏନଏଲ ଅଫିସରୁ ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ ଯଶୋବନ୍ତ ମହାନ୍ତି । କିନ୍ତୁ ଏହି ସମୟରେ ତାଙ୍କ ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯଶୋବନ୍ତଙ୍କ ମୃତ୍ୟୁ ଘଟିଛି। ବସ୍ତା  ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.