Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଗୁନ୍ନାରେ ପୁଣି ସଡକ ଦୁର୍ଘଟଣା : ୩ ଜଣ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

16/05/2020 at 8:58 AM

ଗୁନ୍ନା ୧୬।୦୫: ଶ୍ରମିକଙ୍କ ପିଛା ଛାଡୁନି ସଙ୍କଟ । ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ସ୍ଥାନରେ ଫସିରହିଥିବା ଶ୍ରମିକ ଘରକୁ ଫେରିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । କିଏ ଟ୍ରକରେ ଆସୁଛି ତ, କିଏ ଚାଲି ଚାଲି ଆସୁଛି । କିନ୍ତୁ ଘରକୁ ଫେରିବା ପାଇଁ ସେ କରୁଥିବା ଯାତ୍ରା ଯେ ତାଙ୍କ ଯେ ତାଙ୍କ ଜୀବନର ଶେଷ ଯାତ୍ରା ହେବ ବୋଲି କହି ଜାଣିଛି । ଦେଶରେ ବିଭିନ୍ନସ୍ଥାନରୁ ଦୁର୍ଘଟଣାରେ ଶ୍ରମିକ ମୃତ୍ୟୁବରଣ କରୁଥିବାର ଖବର ଦିନଦିନ ଅଧିକ ହେବାରେ ଲାଗିଛି । ଏହିପରି   ମଧ୍ୟପ୍ରଦେଶର ଗୁନ୍ନାରେ ପୁଣି ଥରେ ଏକ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ମଧ୍ୟପ୍ରଦେଶର ଗୁନ୍ନା ବାଇପାସରେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଯାହାଫଳରେ ଟ୍ରକରେ ଥିବା ଶ୍ରମିକଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏବଂ ଟ୍ରକରେ ଥିବା ଅନ୍ୟ ଶ୍ରମିକଙ୍କ ମଧ୍ୟରୁ ୧୦ଜଣରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ରମିକମାନେ ଏକ ଟ୍ରକ ଯୋଗେ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଯାଉଥିଲେ । କିନ୍ତୁ ରାସ୍ତାରେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାର ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏବଂ ଆହତଥିବା ବ୍ୟକ୍ତିମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ସେପଟେ ଆଜି ସକାଳ ସମୟରେ ଉତ୍ତରପ୍ରଦେଶରେ ସଡତ ଦୁର୍ଘଟଣାରେ ୨୩ଜଣ ଶ୍ରମିକ ମୃତ୍ୟୁ ବରଣ କରିଛି । ସେହିପରି କିଛି ଦିନ ତଳେ ଗୁନ୍ନାରେ ଏକ ସଡକ ଦୁର୍ଘଟଣାରେ ୮ଜଣ ଶ୍ରମିକ ପ୍ରାଣ ହରାଇଥିଲା ।

   Related Posts