ହୋଲିରେ ଅଘଟଣ : ରଙ୍ଗ ଖେଳିବାକୁ ଯାଉଥିବା ବେଳେ ଦୁର୍ଘଟଣା, ଜଣେ ମୃତ

Published By : Prameya-News7 Bureau | March 10, 2020 IST

ସୋର ୧୦।୦୩: ହୋଲିରେ ଘଟିଗଲା ଅଘଟଣ । ରଙ୍ଗ ଖେଳିବାକୁ ଯାଉଥିବେଳେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ । ମୃତକ ମହୁମୁହାଣ ଗାଁର ନରେନ୍ଦ୍ର କୁମାର ଜେନା ବୋଲି ଜଣାପଡିଛି । ସୋର ମଙ୍ଗଳପୁର ରାସ୍ତା ବାଗୁଡି ନିକଟରେ ଘଟିଛି ଦୁର୍ଘଟଣା ।

{"id":235827,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ହେଉଛି ଭାଇଚାରାର ପର୍ବ ହୋଲି । ଏବଂ ଏହି ପର୍ବରେ ହୋଲି ଖେଳିବାକୁ ଯାଉଥିଲେ ନରେନ୍ଦ୍ର । ହେଲେ ହୋଲି ଖେଳିବାକୁ ଯାଉଥିବା ଜାଗା ପୂର୍ବରୁ ଦୁର୍ଘଟଣା ଘଟିଲା । ସୋର ମଙ୍ଗଳପୁର ରାସ୍ତା ବାଗୁଡି ନିକଟରେ ଦୁର୍ଘଟଣା ଘଟିଛି । ତେବେ ରାସ୍ତାରେ ଯାଉଥିବା ସମୟରେ ଷଣ୍ଢ ଆକ୍ରମଣ କରିଥିଲେ । ଏବଂ ସେ ରାସ୍ତା ଉପରେ ବାଇକରୁ ପଡିଯାଇଥିଲେ ।ରାସ୍ତାରେ ପଡିଥିବା ବେଳେ ବିପରିତ ଦିଗରୁ ଆସୁଥିବା ଟ୍ରକ୍‌ଟି ତାଙ୍କ ଉପରେ ଚଢିଯାଇଥିଲା । ନରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ସୋର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.