ସୋର ୨୫।୦୨: ବାଲେଶ୍ବର ଜିଲ୍ଲା ସୋର ଆନନ୍ଦପୁର ରାଜ୍ୟ ରାଜପଥ ଅସ୍ତଗଡିଆ ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି । କାର-ସାଇକେଲ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି । ତେବେ ଗୁରୁତରଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
{"id":228835,"sizeSlug":"large"}ସୂଚନାଯୋଗ୍ୟ ଯେ, ଅସ୍ତଗଡିଆ ଛକ ନିକଟ ରାସ୍ତାରେ ଯାଉଥିବା ଏକ ସାଇକେଲକୁ ପଛପଟୁ ଆସୁଥିବା କର୍ ଧକ୍କା ଦେଇଛି । କାର୍ ଧକ୍କାରେ ସାଇକେଲ୍ ଆରୋହୀ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସାଇକେଲ ଆରୋହୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାରଙ୍ଗପୁର ଗାଁର ଦୀପକ ନାୟକ ବୋଲି ଜଣାପଡିଛି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତା କରାଯାଇଥିଲା ।
{"id":228836,"sizeSlug":"large"}ତେବେ ସ୍ଥାନୀୟଲୋକଙ୍କ ପକ୍ଷରୁ ଉକ୍ତସ୍ଥାନରେ ହମ୍ପସ୍ ନିର୍ମାଣ ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ ନିର୍ମାଣ କରାଯାଉନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ଜାରି କରିଛନ୍ତି । ତେବେ ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କିନ୍ତୁ ସିସିଟିଭିରେ ଦୁର୍ଘଟଣା ପରେ କାର୍ଟି ଉଡୁଥିବାର ଅବସ୍ଥାରେ ରାସ୍ତା କଡକୁ ପଡୁଥିବାର ଦେଖିବାକୁ ମିଳିଛି