ମର୍ମନ୍ତୁଦ ଦୁର୍ଘଟଣା : ପିକ୍ ଅପ୍ ଭ୍ୟାନ ଓଲଟି ୪ ମୃତ, ୮ ଆହତ

Published By : Prameya-News7 Bureau | April 20, 2020 IST

ବ୍ରହ୍ମପୁର ୨୦।୦୪:  ଗଞ୍ଜାମ ଜିଲ୍ଲା ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା  ଘଟିଛି । ପିକ୍ ଅପ୍ ଭ୍ୟାନ ଓଲଟି ୪ ମୃତ, ୮ ଜଣ ଆହତ। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଖଣ୍ଡିଦେଉଳି-ବିରୁଳିଗଡ ରାସ୍ତାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯାଉଥିବା ବେଳେ ଓଲଟି ପଡିଯାଇଥିଲା । ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିବା ଦ୍ୱାର ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣାର ଖବର ଶୁଣି ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।  ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମିଳିଥିବା ସୂଚନାନୁସାରେ  ସମସ୍ତ ମୃତାହତ ସ୍ଥାନୀୟ ସଦର ବ୍ଲକ ଡିହିଁଡି ଗାଁର ବୋଲି ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.