ପଛକୁ ପଛ ପିଟିହେଲା କାର୍‌, ୧୩ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | March 06, 2020 IST

ବେଙ୍ଗାଲୁରୁ ୦୬।୦୩ : ଦୁର୍ଘଟଣାର ଶିକାର ହେଲା ଦୁଇଟି କାର୍‌ । ଦୁର୍ଘଟଣାରେ ୧୩ଜଣଙ୍କ ଜୀବନ ଯାଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ସାମିଲ ଅଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକ କୁନିଗଳ ନିକଟରେ ଘଟିଛି ଦୁର୍ଘଟଣା  ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":233726,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ଭୋର ୩ଟା ସମୟରେ କର୍ଣ୍ଣାଟକର କୁନିଗଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁଇଟି କାର୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟଲୋକ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ବ କରିଥିଲା । ପୋଲିସ ଘଟଣାସ୍ଥଳରୁ ୧୨ଜଣ ଲୋକଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ୬ଜଣଙ୍କୁ ଗୁରୁତର ଅବସ୍ଥାକରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଯାହାଫଳରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ୧୦ଜଣ ତାମିଲନାଡୁ ଓ ତିନିଜଣ ବେଙ୍ଗାଲୁରୁର ବୋଲି ସୂଚନା ମିଳିଛି । ମୃତ୍ୟୁ ଯାତ୍ରୀଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡିଛି ।

{"id":233727,"sizeSlug":"large"}

ପୋଲିସଅନୁଯାୟୀ, ସମସ୍ତ ତିର୍ଥଯାତ୍ରୀ କର୍ଣ୍ଣାଟକର ଧର୍ମସ୍ଥଳକୁ ଯାଇଥିଲେ । କିନ୍ତୁ ଗୋଟିଏ କାର୍‌ର ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡ ଡିଭାଇଡରରେ ପିଟିହୋଇଯାଇଥିଲା । ପଛରେ ଥିବା ଆଉ ଗୋଟିଏ କାର୍‌ ମଧ୍ୟ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇସାରିଛି । ଆହତ ଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.