Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କଲଭର୍ଟରେ ପିଟିହେଲା ବାଇକ୍‌, ଦୁଇ ମୃତ

12/03/2020 at 4:30 PM

ପାଟଣା ୧୩।୦୩: ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ଯୁବକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଜନଗର ଚେମେଣା ରାସ୍ତା ନିକଟରେ ଘଟିଛି ଦୁର୍ଘଟଣା । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ରାଜନଗର ଚେମେଣା ପଟୁ ଦୁଇଜଣ ବାଇକ ଆରୋହୀ ଆସୁଥିଲେ । ତେବେ ବାଇକଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା କଲଭର୍ଟରେ ପଟି ହୋଇଥିଲା । ଯାହାଫଳରେ ବାଇକରେ ଥିବା ଦୁଇଜଣ ରାସ୍ତାକଡକୁ ଛିଟିକି ପଡିଥିଲା । ତେବେ ବାଇକଟି କଲଭର୍ଟରେ ପିଟିହୋଇ ଦୁର୍ଘଟଣା ହେବା ଫଳରେ ଦୁଇ ଜଣ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏବଂ ନିକଟସ୍ଥ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ।  

   Related Posts