ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକ, ୫ ମୃତ

Published By : Prameya-News7 Bureau | May 16, 2020 IST

ଭୋପାଳ ୧୬।୦୫: ଲକ୍‌ଡାଉନ୍‌ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଫସିଛନ୍ତି ହଜାର ହଜାର ଶ୍ରମିକ । କିପରି ସେମାନ ଘରକୁ ଯିବେ ସେ ଚିନ୍ତାରେ ତାଙ୍କ ରାତିଦିନ ମୁଣ୍ଡରା ଘାରିହେଉଛି । କିଏ ଚାଲି ଚାଲି ଯାଉଛି , ତ କିଏ ଟ୍ରକ କିମ୍ବା ଅନ୍ୟ ଗାଡି ମାଧ୍ୟରେ ନିଜ ନିଜ ଘରକୁ ପେରୁଛନ୍ତି । କିନ୍ତୁ ଅଧାରାସ୍ତାରେ ତାଙ୍କ ଯାତ୍ରା ପାଲଟିଯାଉଛି ଶେଷ ଯାତ୍ରା । ଏହିପରି ଆଜି ପୁଣି ଏକ ଦୁର୍ଘଟଣା ଘଟିଛି । ଏବଂ ଏହି ଦୁର୍ଘଟଣାରେ ୫ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ସାଗରରୁ ଛତ୍ରପୁର ଅଭିମୁଖେ ଆସୁଥିବା ଏକ ଟ୍ରକ ଓଲଟିପଡିବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨୦ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ସୂଚନା ପାଇବା ମାତ୍ରେ ଉଭୟ ସାଗର ଏବଂ ଛତ୍ରପୁର ଜିଲ୍ଲାର ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରକଟି ପ୍ରବାସୀ ଶ୍ରମିକଙ୍କୁ ନେଇ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଅଭିମୁକେ ଯାଉଥିଲା । ଏବଂ ଏହି ଟ୍ରକରେ କିଛି ଶ୍ରମିକ ଯାତ୍ରା କରୁଥିଲେ । ତେବେ ଆଜି ଗୋଟିଏ ଦିନରେ ଏହା ତୃତୀୟ ଦୁର୍ଘଟଣା ଘଟିଛି ।

ଶନିବାର ଦିନ ୟୁପିର ଏକ ଟ୍ରକ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାଟି ସକାଲ ସମୟରେ ରାସ୍ତା କଡ଼ରେ ପାର୍କିଂ କରୁଥିବା ଏଖ ଶ୍ରମିକଙ୍କ ଭର୍ତ୍ତି ଟ୍ରକକୁ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା। ଯାହାଫଳରେ ୨୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେହିପରି ମହାରାଷ୍ଟ୍ର ତେଲେଙ୍ଗାନା ସୀମାରେ ଜାତୀୟ ରାଜପଥ ୪୪ ରେ ଏକ ଟ୍ରକ ଦୁର୍ଘଟଣାର ଘଟିଛି | ଏଥିରେ ପ୍ରାୟ ୨୦ଜଣ ଶ୍ରମିକ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.