ସଡକ-୨ ଫିଲ୍ମରେ ଅଭିନୟ କରିବେ ଆଦିତ୍ୟ ରଏ କପୁର ଓ ଆଲିୟା ଭଟ୍ଟ, ଶୁଟିଂ ତାରିଖର ହୋଇଛି ଘୋଷଣା

Published By : Prameya-News7 Bureau | April 09, 2019 IST

wp:heading {"level":5}
ମୁମ୍ୱାଇ୯|୪: ସଂଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଫିଲ୍ମ ସଡକର ରିମେକ୍‌ ବିଷୟରେ ଶୁଣିବାକୁ ମିଳିଥିଲା। ଏବେ ସଡକ-୨କୁ ନେଇ ଏକ ବଡ ଘୋଷଣା ହୋଇଛି। ସଡକ ରିମେକ୍‌ରେ ସଂଜୟ ଦତ୍ତଙ୍କ ସ୍ଥାନରେ ଆଦିତ୍ୟ ରଏ କପୁର ଓ ପୂଜା ଭଟ୍ଟଙ୍କ ସ୍ଥାନରେ ତାଙ୍କ ଭଉଣୀ ଆଲିୟା ଅଭିନୟ କରିବେ।
/wp:heading {"id":101784,"width":582,"height":267}
wp:heading {"level":5}
ଉଭୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ସୂଚନାଯୋଗ୍ୟ ଯେ, ଏହି ଫିଲ୍ମର ଶୁଟିଂ ମେ ମାସ ୨ ତାରିଖରେ ଆରମ୍ଭ ହେବ। ଆଦିତ୍ୟ ଓ ଆଲିୟାଙ୍କ ବିପକ୍ଷରେ ସଂଜୟ ଦତ୍ତ ଓ ପୂଜା ଭଟ୍ଟ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରିବେ। ସଡକ ଫିଲ୍ମର ଶୁଟିଂ ସମୟରେ ସଂଜୟ ଦତ୍ତ ୩୨ ବର୍ଷର ଥିଲେ ଓ ଏବେ ସଡକ-୨ ଆରମ୍ଭ ହେବା ସମୟରେ ତାଙ୍କୁ ୫୪ ବର୍ଷ ବୟସ। କଲଙ୍କ ଫିଲ୍ମ ପରେ ଆଦିତ୍ୟ ଓ ଆଲିୟାଙ୍କୁ ଏକା ସହ ଦ୍ବତୀୟ ଥର ପାଇଁ ଏହି ଫିଲ୍ମରେ ଅଭିନୟ କରିବାରେ ଦେଖାଯିବ। ୯୦ ଦଶକରେ ରିଲିଜ ହୋଇଥିବା ସଡକ ଫିଲ୍ମ ବେଶ ହିଟ୍‌ ହୋଇଥିଲା। ସେହି ସମୟରେ ପୂଜା ଓ ସଂଜୟ ବକ୍ସଅଫିସ୍‌ରେ ଧମାଲ କରିଥିଲେ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.