ସିଦ୍ଧୁଙ୍କୁ ଟକ୍କର ଦେବେ ଅକାଳୀର ବିକ୍ରମ ସିଂ, ଲମ୍ୱି ଆସନରୁ ନିର୍ବାଚନ ଲଢିବେ ପ୍ରକାଶ ସିଂ ବାଦଲ

Published By : Prameya-News7 Bureau | January 26, 2022 IST

ଚଣ୍ଡିଗଡ,୨୬/୦୧: ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଲଢିବେ ଅକଳୀ ଦଳର ବିକ୍ରମ ସିଂ ମଜିଠିଆ । ଅମୃତସର ପୂର୍ବରୁ ସିଦ୍ଧୁଙ୍କ ବପକ୍ଷରେ ମୈଦାନକୁ ଓହ୍ଲାଇବେ ମଜିଠିଆ । ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ଏହି ଘୋଷଣା କରିଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନରେ ଶିରୋମଣି ଅକାଳୀ ଦଳର ପ୍ରତିଷ୍ଠାତା ପ୍ରକାଶ ସିଂ ବାଦଲ ଲମ୍ୱି ଆସନରୁ ନିର୍ବାଚନ ଲଢିବେ।

wp:html /wp:html

ଏହା ପୂର୍ବରୁ ଆସନ୍ତା ମାସରେ ହେବାକୁ ଥିବା ପଞ୍ଜାବ ନିର୍ବାଚନରେ ଶିରୋମଣି ଅକାଳୀ ଦଳ ୮୦ରୁ ଅଧିକ ଆସନ ସହ ସରକାର ଗଢିବାକୁ ଯାଉଥିବା ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ଦାବି କରିଥିଲେ। ଏହାସହ ଆମ ଆଦମୀ ପାର୍ଟି ୧୦ରୁ କମ ଆସନରେ ବିଜୟୀ ହେବ ବୋଲି ସେ ଦାବି କରିଥିଲେ। ସେହିପରି ଆଗାମୀ ନିର୍ବାଚନରେ ଶାସନରେ ଥିବା କଂଗ୍ରେସ ମଧ୍ୟ ପରାଜିତ ହେବ ବୋଲି ସେ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.