ତୁଳସୀ ପତ୍ର ତୋଳୁଛନ୍ତି କି ? ଆପଣଙ୍କ ପାଇଁ ହୋଇପାରେ ଅଶୁଭ

Published By : Prameya-News7 Bureau | September 09, 2018 IST

ଭୁବନେଶ୍ବର ୯|୯: ହିନ୍ଦୁ ପରମ୍ପରାରେ ଏକ ପବିତ୍ର ବିଶ୍ବାସ ରହିଛି ଯେ ତୁଳସୀ ଗଛ ଏକ ଏପରି ତୀର୍ଥସ୍ଥାନ ଯେଉଁଠାରେ କୌଣସି ରୋଗ, ଜମ ଦୂତ, ମୃତ୍ୟୁର ଦେବତା ଏଠାରେ ପ୍ରବେଶ କରିପାରେନାହିଁ । ତୁଳସୀ ଦେବୀ ଅଟନ୍ତି । ଦେବୀ ତୁଳସୀଙ୍କୁ ସାଂସାରିକ ଅଭିବ୍ୟକ୍ତି ଭାବେ ଜଣାଯାଇଥାଏ । ତୁଳସୀ ଗଛକୁ ହିନ୍ଦୁ ଧର୍ମର ପବିତ୍ର ସତ୍ତା ଭାବେ ଗଣନା କରାଯାଏ। ତୁଳସୀ ଗଛର ମହତ୍ତ୍ବ : ପ୍ରାୟତଃ ସମସ୍ତ ମନ୍ଦିରଗୁଡିକ ଚାରିପାଖରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ । ଶୈବପୀଠକୁ ଛାଡି ପବିତ୍ର ତୁଳସୀ ପତ୍ରକୁ ସମସ୍ତ ଧାର୍ମିକ ଅନୁଷ୍ଠାନ ଏବଂ ଦେବାଦେବୀଙ୍କ ପୂଜାରେ ଲଗାଯାଇଥାଏ । ତୁଳସୀ ପତ୍ର ମୁଖ୍ୟତଃ ଭଗବାନ ବିଷ୍ଣୁଙ୍କ ପୂଜାରେ ଲାଗିଥାଏ । କିମ୍ବଦନ୍ତୀ ଅନୁସାରେ ତୁଳସୀଙ୍କ ସ୍ବାମୀ ଜଳନ୍ଧର ନାମକ ଅସୁରକୁ ଭଗବାନ ଶିବ ମାରିଦେଇଥିଲେ । ସେଥିପାଇଂ ତୁଳସୀ ତାଙ୍କୁ ଅଭିଶାପ ଦେଇଥିଲେ ଯେ କେବେ ହେଲେ ବି ତାଙ୍କ ପୂଜା ତୁଳସୀ ପତ୍ରରେ ହେବନାହିଁ । ତୁଳସୀ ବିବାହ ଉତ୍ସବ : ପବିତ୍ର ତୁଳସୀ ଗଛର ବିବାହ ମଧ୍ୟ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ଧର୍ମରେ ଶୁଭ ଦିନ ଆରମ୍ଭ ସେହି ଦିନରୁ ହିଁ ଆରମ୍ଭ ହୋଇଥାଏ । ଏହା ଚାରି ମାସର ଶେଷ ଚର୍ତୁମାସର ଶେଷ ଦିନ ହୋଇଥାଏ । ଯେଉଁ ସମୟରେ ଭଗବାନ ବିଷ୍ଣୁ ଶୋଇଥାନ୍ତି । କିମ୍ବଦନ୍ତୀ ରହିଛି ଯେ ଏହି ଦିନ ଭଗବାନ ବିଷ୍ଣୁ ଦେବୀ ତୁଳସୀଙ୍କ ସହ ବିବାହ କରିଥିଲେ ଏବଂ ତାଙ୍କୁ ତାଙ୍କ ପତ୍ନୀ ଭାବେ ସ୍ବୀକାର କରିଥିଲେ । ଏହିଦିନଠାରୁ ସମସ୍ତ ଶୁଭ କାମ ବିବାହ ଆଦିର ଆରମ୍ଭ କରାଯାଇଥାଏ । ତୁଳସୀ ପତ୍ର ଦ୍ବାରା ସ୍ବାସ୍ଥ୍ୟକୁ ଲାଭ : ପ୍ରାଚୀନ କଥା ଅନୁଯାୟୀ ତୁଳସୀ ପତ୍ର ସେବନ କରିବା ସ୍ବାସ୍ଥ୍ୟ ପାଇଁ ହିତକର ଅଟେ । ଏହାକୁ ବିଜ୍ଞାନ ମଧ୍ୟ ସହମତି ଦେଇଛି। ତୁଳସୀ ପତ୍ର ରୋଗ ସହ ଲଢିଥାଏ । ତୁଳସୀରେ ଥିବା ଲିନୋଲିକ ଏସିଡ୍ ତ୍ବଚା ପାଇଁ ବହୁତ ଉପଯୋଗୀ ଅଟେ । ଏହାର ବ୍ୟାକ୍ଟେରିଆ ବିରୋଧୀ ଶକ୍ତି ସଂକ୍ରମଣ ସହ ଲଢିବା, ରୋଗ ପ୍ରତିରୋଧ ଶକ୍ତିକୁ ମଜଭୁତ କରିବା, କେଶ ଏବଂ ଚର୍ମ ରୋଗ ସହ ଲଢିବା ପାଇଁ ସହାୟକ ହୋଇଥାଏ । ତୁଳସୀ ପତ୍ରକୁ ତୋଳିବା ପୂର୍ବରୁ ଜାଣନ୍ତୁ ଏସବୁ କଥା : ଅନ୍ୟ କୌଣସି ପତ୍ର ତୋଳିବା ଅପେକ୍ଷା ତୁଳସୀ ପତ୍ର ତୋଳିବା ହିନ୍ଦୁ ଧର୍ମରେ ବହୁତ ମହତ୍ବପୂର୍ଣ୍ଣ ଅଟେ । ଏହା ଆମର ଇଚ୍ଛା ଅନୁସାରେ ଉପଯୋଗ କରାଯାଏନାହିଁ । ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ପବିତ୍ର ତୁଳସୀ ପତ୍ରକୁ ଭୁଲ ସମୟରେ ତୋଳିବା, କୌଣସି ଖରାପ କାମ ପଇଁ ଏହାକୁ ତୋଳିବା ଦ୍ବାରା ଖରାପ ପ୍ରଭାବ ପଡିଥାଏ । କୌଣସି ଏକାଦଶୀ, ରାତି ସମୟରେ, ରବିବାର, ଚନ୍ଦ୍ର ଏବଂ ସୂର୍ଯ୍ୟଗ୍ରହଣ ସମୟରେ ତୁଳସୀ ପତ୍ରକୁ ତୋଳିବା ମନା । ତୁଳସୀ ପତ୍ର ତୋଳିବା ପୂର୍ବରୁ ଅନୁମତୀ ନିଅନ୍ତୁ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ସନ୍ଧ୍ୟା ସମୟରେ ସଞ୍ଜବତୀ ଦିଅନ୍ତୁ । ତୁଳସୀ ପତ୍ରକୁ ଚୋବାଇବା ଅନୁଚିତ୍, ପତ୍ରରେ ଥିବା ଏସିଡ୍ ଦାନ୍ତ ପାଇଁ ଅସ୍ବାସ୍ଥ୍ୟକର ଅଟେ। ଏହାକୁ ପାଣି ଏବଂ ଚା ସହ ମିଶାଇ ପିଅନ୍ତୁ। ତୁଳସୀ ପତ୍ରକୁ ତୋଳିବା ଦ୍ବାରା ପାପ ହୋଇଥାଏ ବୋଲି ଧରାଯାଇଥାଏ । କେବଳ ଧାର୍ମିକ କାମ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତୁଳସୀ ପତ୍ରକୁ ତୋଳନ୍ତୁ । ଶୁଖିଲା ପତ୍ର ଗୁଡିକୁ ନଫୋପାଡି ତାକୁ କୌଣସି ପବିତ୍ର ବୃକ୍ଷ ତଳେ ପୋତିଦିଅନ୍ତୁ । ଯଦି ତୁଳସୀ ଗଛ ଶୁଖିଯାଏ ତେବେ ତାକୁ ପବିତ୍ର ନଦୀ, କୂଅ, କିମ୍ବା ଝରଣାରେ ଭସାଇ ଦିଅନ୍ତୁ । ଘରେ ଶୁଖିଲା ତୁଳସୀ ଗଛ ରଖିବା ଅଶୁଭ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.