Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

“ସେକ୍ରେଡ ଗେମ୍ସ”ରେ ବୋଲ୍ଡ ସିନ୍ ଦେବା ଏହି ଅଭିନେତ୍ରୀ ଙ୍କ ପାଇଁ ପଡିଲା ମହଙ୍ଗା

ମୁମ୍ବାଇ୧୧|୭: ଭାରତ ଏକ ମନୋରଞ୍ଜନ ପ୍ରଧାନ ଦେଶ। ସିନେମା ସହ ଜଡିତ ପ୍ରତ୍ୟେକ ଜିନିଷ ଖୁବ୍‌ ଶୀଘ୍ର ଭାଇରାଲ ହୋଇଥାଏ। ଏଠାରେ ଟିଭି ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ବଡ ପରଦାରେ ଅଭିନୟ କରୁଥିବା କଳାକାର ବେଶ ଭଲ ଆୟ କରନ୍ତି।ତେବେ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ପାଇଁ ପରଦାରେ ବୋଲ୍ଡ ସିନ୍‌ କରିବା କିଛି ସହଜ କଥା ନୁହେଁ। ଯଦି କେବେ କୌଣସି ଅଭିନେତ୍ରୀ ସାହାସ ଦେଖାଇ ବୋଲ୍ଡ ସିନ୍‌ କରିଦିଅନ୍ତି ତାହାଲେ ସେମାନେ ବହୁ ପରତିକୂଳ ପରିସ୍ଥିତିର ସାମ୍ନା କରନ୍ତି।

ସାଧାରଣତଃ ପରଦାରେ ବୋଲ୍ଡ ଅବତାରରେ ନଜର ଆସିଥିବା ଅଭିନେତ୍ରୀ ମାନଙ୍କ ପାଇଁ ଦର୍ଶକଙ୍କ ରାୟ ବଦଳିଯାଏ। ଯେତେ ଭଲ ଅଭିନୟ କରିଲେ ମଧ୍ୟ ସେମାନଙ୍କୁ ଲୋକେ ଅଲଗା ନଜରରେ ଦେଖନ୍ତି। ଏହା ସତ ଯେ, ପ୍ରତି ଲୋକଙ୍କ ନଜର ସମାନ ନଥାଏ କିନ୍ତୁ ଭାରତରେ ଅଧିକାଂଶ ଲୋକେ ବୋଲ୍ଡ ସିନ୍‌ କରୁଥିବା ଅଭିନେତ୍ରୀଙ୍କ ପାଇଁ ଖରାପ ଧାରଣା ରଖନ୍ତି।  

ତେବେ ୱେବ ସିରିଜ ସେକ୍ରେଡ ଗେମ୍ସରେ ବୋଲ୍ଡ ସିନ କରିଥିବା ଅଭିନେତ୍ରୀ ରାଜଶ୍ରୀ ଦେଶପାଣ୍ଡେଙ୍କ ସହ ମଧ୍ୟ କିଛି ସେମିତି ଘଟଣା ଘଟିଛି। ଏବେ କିଛି ଦିନ ତଳେ ରାଜଶ୍ରୀ ଏକ ସାକ୍ଷାତକାରରେ ବଡ ଖୁଲାସା କରିଛନ୍ତି। ରାଜଶ୍ରୀ କହିଥିଲେ ଯେ, ସେକ୍ରେଡ ଗେମ୍ସ ମୁକ୍ତିଲାଭ କରିବା ପରେ ଲୋକେ ତାଙ୍କୁ ଅଶ୍ଳୀଳ ମେସେଜ କରିବାକୁ ଲାଗିଲେ। ଏହା ସହ ତାଙ୍କୁ ଅନେକ ଖକରାପ କଥା ମଧ୍ୟ ଶୁଣିବାକୁ ପଡିଥିଲା।  

ସେକ୍ରେଡ ଗେମ୍ସରେ ରାଜଶ୍ରୀ ନୱାଜୁଦ୍ଦୀନ ସିଦ୍ଧିକିଙ୍କ ସହ ବୋଲ୍ଡ ସିନ୍‌ କରିଥିଲେ। ତାଙ୍କ ପାଇଁ ଏହି ସିନ୍‌ କରିବା ବହୁତ କଷ୍ଟକର ଥିଲା ବୋଲି ସେ ନିଜେ ପ୍ରକାଶ କରିଛନ୍ତି। ତାଙ୍କୁ ଜଣା ଥିଲା ଯେ, ସେ ଏହି ସିନ୍‌ କରିବା ପରେ ଲୋକେ ଏହାର କ୍ଲିପ୍‌ ହ୍ବାଟସ୍‌ଅପ ଓ ସୋସିଆଲ ମିଡିଆରେ ସେୟାର କରି ମଜା ଉଠାଇବେ। କିନ୍ତୁ ଏହି ସବୁ କଥାକୁ ସେ ନଜର ଅନ୍ଦାଜ କରିଥିଲେ। କିନ୍ତୁ ସେ ଭାବିନଥିଲେ ଯେ, ଏହି ସିନ୍‌ ଆଡଲ୍ଟ ସାଇଟ୍‌ରେ ଭାଇରାଲ ହେବ। ଫଳରେ ଲୋକଙ୍କର ମାନସିକତା ରାଜଶ୍ରୀଙ୍କ ପାଇଁ ବଦଳିଥିଲା। ଦର୍ଶକ ତାଙ୍କୁ ପର୍ଣ୍ଣ ଷ୍ଟାର ଭାବିବାକୁ ଲାଗିଲେ ଯେଉଁଥିପାଇଁ ସେ ଅନେକ ଅସୁବିଧାର ସାମ୍ନା କରିଛନ୍ତି ।

ୱେବ ସିରିଜ ସେକ୍ରେଡ ଗେମ୍ସରେ ରାଜଶ୍ରୀ  ନୱାଜୁଦ୍ଦୀନଙ୍କ ସ୍ତ୍ରୀ ସୁଭଦ୍ରା ଗାୟତୁଣ୍ଡେ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସୈଫ ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।  ସେକ୍ରେଡ ଗେମ୍ସ ୨ର ଦମଦାର ଟ୍ରେଲର ଏବେ ରିଲିଜ ହୋଇଛି।ପ୍ରଥମ ସିଜିନ ଦର୍ଶକ ପସନ୍ଦ କରିଥିବାରୁ ଏହାର ଦ୍ବିତୀୟ ସିଜିନ୍‌ କରିବାର ନିଷ୍ପତ୍ତି ନିଆଯାଇଥିଲା।  ସେକ୍ରେଡ ଗେମ୍ସ ୨ର ଟ୍ରେଲର ଦେଖି ଲାଗୁଛି ଯେ, ପ୍ରଥମ ସିଜିନ ଭଳି ଏହି ସିଜିନରେ ମଧ୍ୟ ଅନେକ ସସପେନ୍ସ ରହିବ।  ନେଟ୍‌ଫିଲ୍ଲିକ୍ସ ଏହାର ଟ୍ରେଲର ଲଂଚ କରିବା ସମୟରେ କହିଥିଲା ଯେ, ଦ୍ବିତୀୟ ସିଜିନ୍‌ର ପ୍ରିମିୟର ଅଗଷ୍ଟ ମାସ ୧୫ ତାରିଖରେ ହେବ।    

 

601 Views

   ସମ୍ବନ୍ଧିତ ଖବର