Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ୟେ ରିସ୍ତା କ୍ୟା କେହଲାତା ହେ’ ଧାରାବାହିକର ୩ଜଣ କଳାକାରଙ୍କୁ କରୋନା : ସଚିନ ତ୍ୟାଗୀ ,ସମୀର ଓଁକାର,ସ୍ବାତୀ ଚିଟନିସଙ୍କ ସମେତ ୪ଜଣ କୃ ମେମ୍ବର ସଂକ୍ରମିତ

25/08/2020 at 12:11 PM

ମୁମ୍ବାଇ ୨୫/୮: କରୋନା ଭାଇରସର ପ୍ରକୋପ କମିବାର ନାଁ ନେଉ ନାହିଁ। ଏହା ଦିନକୁ ଦିନ ଅନେକ ଲୋକଙ୍କୁ ଆକ୍ରାନ୍ତ କରୁଛି। ଏପରିକି ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଏବେ ଶୁଣିବାକୁ ମିଳିଛି ଯେ ଟିଭି ଶୋ ‘ୟେ ରିସ୍ତା କ୍ୟା କେହଲାତା ହେ’ର ୩ଜଣ କଳାକାରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏହି ୩ଜଣଙ୍କ ମଧ୍ୟରେ ସଚିନ ତ୍ୟାଗୀ,ସମୀର ଓଁକାର,ସ୍ବାତୀ ଚିଟନିସଙ୍କ ନାଁ ସାମିଲ ରହିଛି।

ଏହି ୩ଜଣଙ୍କ ସହ ୪ଜଣ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନେ କରୋନାରେ ସଂକ୍ରମିତ ହେବା ପରେ ମେକର୍ସ ଏକ ଷ୍ଟେଟମେଣ୍ଟ ଜାରି କରି ଏବିଷୟରେ ସୂଚନା ଦେଇଛନ୍ତି। ଷ୍ଟେଟମେଣ୍ଟରେ କୁହାଯାଇଛି ଯେ ‘ୟେ ରିସ୍ତା କ୍ୟା କେହଲାତା ହେ’ର କଳାକାର ସଚିନ ତ୍ୟାଗୀ,ସମୀର ଓଁକାର,ସ୍ବାତୀ ଚିଟନିସ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୩ଜଣଙ୍କଠାରେ କୌଣସି ଲକ୍ଷଣ ନଥିଲା।

ଏ​‌ବେ ସୁରକ୍ଷା ଦୃଷ୍ଟିରୁ ବିଏମସିର ପରାମର୍ଶ ମୁତାବକ ସେମାନଙ୍କୁ ଘରେ କ୍ବାରେଣ୍ଟାଇନରେ ରଖାଯାଇଛି। ସମସ୍ତ କର୍ମଚାରୀଙ୍କ ଟେଷ୍ଟ କରାଯାଇଛି। ପୂରା ସେଟକୁ ସାନିଟାଇଜ କରାଯାଇଛି। ଏବେ ସମ​‌ସ୍ତେ ହୋମ୍ କ୍ବାରେଣ୍ଟାଇନରେ ରହି ମେଡିକାଲ୍ ସୁବିଧା ପାଉଛନ୍ତି।

   Related Posts