ଅଶୋକ ଗେହେଲଟ ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ, କିନ୍ତୁ କଂଗ୍ରେସକୁ ଉପରକୁ ଉଠାଇବା କ୍ଷେତ୍ରରେ ପ୍ରକୃତ ପାଇଲଟ ହେଉଛନ୍ତି ସଚ୍ଚିନ ପାଇଲଟ

Published By : Prameya-News7 Bureau | December 13, 2018 IST

୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ବିଜୟୀ ଦଳମାନଙ୍କର ସରକାର ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜସ୍ଥାନରେ କଂଗ୍ରେସକୁ ୯୯ ଆସନ ମିଳିଛି । ରାଜସ୍ଥାନରେ ସହଯୋଗୀଙ୍କ ବହୁମତ ପାଇଛି କଂଗ୍ରେସ । ଏଭଳି ପରିସ୍ଥିତିରେ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଛି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ଦୁଇ ଜଣ ହେବିୱେଟ୍ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟ । ଗେହଲଟଙ୍କ ପାଖରେ ରହିଛି ବହୁ ଦିନର ରାଜନୈତିକ ଅଭିଜ୍ଞତା ଓ ଅନୁଭବ । ସେଥିପାଇଁ ଅଶୋକ ଗେହେଲଟ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ସ୍ଥିର ହୋଇସାରିଛି ।

{"id":63255,"align":"center"}

କିନ୍ତୁ ରାଜସ୍ଥାନରେ କଂଗ୍ରେସକୁ ଉପରକୁ ଉଠାଇବା କ୍ଷେତ୍ରରେ ପ୍ରକୃତ ପାଇଲଟ ସଚ୍ଚିନ ପାଇଲଟ ବୋଲି ସମସ୍ତେ ହୃଦଙ୍ଗମ କରନ୍ତି । ରାଜ୍ୟରେ କଂଗ୍ରେସର ପୁନରୁଦ୍ଧାରରେ ସଚିନ ପାଇଲଟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

{"id":63251,"align":"center","width":577,"height":382}

ସଚ୍ଚିନ ପାଇଲଟ ୧୯୭୭ ମସିହା ସେପ୍ଟେମ୍ବର ୭ତାରିଖରେ ଉତ୍ତରପ୍ରଦେଶ ସହାରନପୁର ଜନ୍ମ ଗ୍ରହଣ କରିଥିଲେ । ନୋଏଡାର ବେଦପୁରା ତାଙ୍କର ପୈତୃକ ଗାଁ । ତାଙ୍କ ବାପା ହେଉଛନ୍ତି ରାଜେଶ ପାଇଲଟ । ରାଜେଶ ପାଇଲଟ କଂଗ୍ରେସର ଜଣାଶୁଣା ନେତା ତଥା କେନ୍ଦ୍ରମନ୍ତ୍ରୀ ଥିଲେ । ନୂଆଦିଲ୍ଲୀ ସ୍ଥିତ ଏୟାରଫୋର୍ସ ବାଲ ଭାରତୀ ସ୍କୁଲରୁ ସଚ୍ଚିନ ପାଇଲଟ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ନୂଆଦିଲ୍ଲୀ ସ୍ଥିତ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇଂରାଜୀରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଦିଲ୍ଲୀଠାରେ ବିବିସିରେ କିଛି ସମୟ ଚାକିରୀ କରିଥିଲେ । ତେବେ ଅଳ୍ପଦିନ ପରେ ସେ ଆମେରିକା ପେନସିଲବେନିୟା ବିଶ୍ବବିଦ୍ୟାଳୟ ୱାରଟନ କଲେଜରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ ।   ସଚ୍ଚିନ ପାଇଲଟ ୨୦୦୪ ମସିହାରେ ସାରା ଅବଦୁଲ୍ଲାଙ୍କୁ ବିବାହକରିଥିଲେ । ସାରା ହେଉଛନ୍ତି କାଶ୍ମୀରର ବିଶିଷ୍ଠ ନେତା ଫାରୁକ ଅବଦୁଲ୍ଲାଙ୍କ ଝିଅ । ସଚ୍ଚିନ ପାଇଲଟଙ୍କ ଦୁଇ ପୁଅ ଆରାନ ଏବଂ ବେହାନ ।

{"id":63254,"align":"center"}

୨୦୦୦ମସିହାରେ ଏକ ରାସ୍ତା ଦୁର୍ଘଟଣାରେ ପିତା ରାଜେଶ ପାଇଲଟଙ୍କ ମୃତ୍ୟୁ ହେବାପରେ ସଚ୍ଚିନ ପାଇଲଟ ୨୦୦୪ରେ କଂଗ୍ରେସରେ ଯୋଗଦେବା ସହ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । କଂଗ୍ରେସ ପ୍ରାର୍ଥୀଭାବେ ଦୋଷାରୁ ନିର୍ବାଚନ ଲଢି ଜିତିଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର ୨୬ବର୍ଷ ଥିଲା । ସେ ଭାରତର ସର୍ବକନିଷ୍ଠ ସାଂସଦ ହୋଇଥିଲେ । ଏହାପରେ ୨୦୦୯ ଲୋକସଭା ନିର୍ବାଚନରେ ସେ ଆଜମେରରୁ ସାଂସଦ ନିର୍ବାଚିତ ହୋଇଥିଲେ । ସେ କେନ୍ଦ୍ରରେ ଆଇଟି ଏବଂ କର୍ପୋରେଟ ଆଫାୟର୍ସ ମନ୍ତ୍ରୀଭାବେ ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି ।  ସଚ୍ଚିନ ପାଇଲଟ ଏପରି ଜଣେ ଭାରତୀୟ କେନ୍ଦ୍ରମନ୍ତ୍ରୀ ଯିଏକି ସେନାରେ ଯୋଗଦେଇଥିଲେ । । ୨୦୧୩ ମସିହାରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ସାଂଘାତିକ ପରାଜୟ ହୋଇଥିଲା । ବିଜେପି ୧୬୩ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ମାତ୍ର ୨୧ ଟି ଆସନ ପାଇଥିଲା । ତାପରଠୁ ପୁଣି କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିବା ପାଇଁ ସଚ୍ଚିନ ଅଦମ୍ୟ ଉଦ୍ୟମ କରିଛନ୍ତି । ଦଳକୁ ସଫଳତା ଦେବାପାଇଁ ତାପରଠୁ ଇତି ମଧ୍ୟରେ ସେ ରାଜସ୍ଥାନର କୋଣ ଅନୁକୋଣରେ ପ୍ରାୟ ୫ ଲକ୍ଷ କିଲୋମିଟର ବୁଲିଥିବା କୁହାଯାଏ। ରାଜସ୍ଥାନ ସେ  ରାଜସ୍ଥାନ କଂଗ୍ରେସର ମୁଖ୍ୟ ପଦ ମଧ୍ୟ ସମ୍ଭାଳିଛନ୍ତି । ସେ ବର୍ତ୍ତମାନ ରାଜସ୍ଥାନ କଂଗ୍ରେସର ସଭାପତି ଅଛନ୍ତି । ମୁଖ୍ୟମନ୍ତ୍ରୀ ପାଇଁ ସେ ଅଶୋକ ଗେହଲଟଙ୍କ ନାଁ ପ୍ରସ୍ତାବ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.