Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦୀପିକା କୁମାରୀଙ୍କ ‘ଗୋଲ୍ଡେନ ହ୍ୟାଟ୍ରିକ’ ଉପରେ ହୃଦୟ ଛୁଇଁବା ଭଳି ଟ୍ଵିଟ୍ କଲେ ସଚିନ ତେନ୍ଦୁଲକର, କହିଲେ…

28/06/2021 at 5:22 PM

ମୁମ୍ବାଇ ୨୮।୦୬: ଭାରତର ତାରକା ତୀରନ୍ଦାଜ ଦୀପିକା କୁମାରୀ ପ୍ୟାରିସ୍‌ରେ ଖେଳାଯାଉଥିବା ତୀରନ୍ଦାଜି ବିଶ୍ଵ କପ୍‌ରେ ଇତିହାସ ରଚିଛନ୍ତି। ଦୀପିକା ଏକକ, ମହିଳା ଯୁଗଳ ଓ ମିଶ୍ରିତ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ କରିଛନ୍ତି। ଏହି ସ୍ମରଣୀୟ ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦୀପିକା କୁମାରୀଙ୍କୁ ହୃଦୟ ଛୁଆଁ ପରି ଟ୍ଵିଟ୍ କରିଛନ୍ତି। ସଚିନ ଟ୍ଵିଟ୍ କରି ଲେଖିଛନ୍ତି, ପ୍ୟାରିସ୍‌ରେ ଦୀପିକା ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ସେଥିରୁ ଜଣା ପଡୁଛି ଯେ, ଅଲିମ୍ପିକରେ ଦୁନିଆକୁ କଣ କଣ ଦେଖିବାକୁ ମିଳିବ। ଦୀପିକା ରବିବାର ନିଜ ସ୍ଵାମୀ ଅତାନୁ ଦାସଙ୍କ ସହ ମିଶି ମିଶ୍ରିତ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ।

ସଚିନ ଲେଖିଛନ୍ତି, ଦୀପିକାଙ୍କ ଜବରଦସ୍ତ ପ୍ରଦର୍ଶନ। ଆପଣ ଏହି ସଫଳତା ଓ ମାନ୍ୟତାର ହଦକାର। ପ୍ୟାରିସରେ ଜାରି ତୀରନ୍ଦାଜି ବିଶ୍ଵ କପରେ ଆପଣଙ୍କ ପ୍ରଦର୍ଶନ ଦେଖାଇ ଦେଇଛି ଯେ, ଅଲିମ୍ପିକରେ ଦୁନିଆକୁ  କଣ କଣ ଦେଖିବାକୁ ମିଳିବ। ଆପଣଙ୍କ ଉପଲବ୍ଧି ଉପରେ ଆମେ ଗର୍ବିତ। ଟୋକିଓ ଅଲିମ୍ପିକ ପାଇଁ ଆପଣଙ୍କୁ ଶୁଭକାମନା।

ଦୀପିକାଙ୍କ ସ୍ଵାମୀ ଅତାନୁ ବିଜୟ ପରେ କହିଛନ୍ତି, ଆମେ ଦୁହେଁ ପରସ୍ପର ପାଇଁ ତିଆରି ହୋଇଛୁ। ମୋତେ ଲାଗୁଛି ଏହି କାରଣ ପାଇଁ ହିଁ ଉଭୟଙ୍କ ବିବାହ ହୋଇଛି। ଆମେ ପରସ୍ପରକୁ କେବଳ ପ୍ରେରିତ କରୁ ନାହିଁ ବରଂ ଜଣେ ଅନ୍ୟ ଜଣଙ୍କୁ ଜିତିବା ପାଇଁ ଉତ୍ସାହିତ କରୁ। ରିକର୍ଭ ଏକକ ବର୍ଗରେ ଦୀପିକ ଋଷିଆର ଏଲେନା ଓସିପୋଭାଙ୍କୁ ୬-୦ରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଥିଲେ।

   Related Posts