କୌଣସି ହିରୋଇନ୍ ଠାରୁ କମ୍ ନୁହଁନ୍ତି, ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ, ୨୧/୦୨ : ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ଝିଅ ସାରା ତେନ୍ଦୁଲକର ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ୍‌ ହୋଇଛନ୍ତି । ଦଳରେ ତାଙ୍କର ସାମିଲ୍‌ ହେବାପରେ ଲୋକମାନେ ଅର୍ଜୁନଙ୍କୁ ପାରିବାରିକତାର ଏକ ଅଂଶ କହି ଟ୍ରୋଲ କରୁଥିଲେ । ଏପରିକି ଲୋକମାନେ ତାଙ୍କ ଉପରେ ନେପୋଟିଜିମ୍ର ଅଭିଯୋଗ ମଧ୍ୟ କରିଥିଲେ । ତେଣୁ ଭଉଣୀ ସାରା ତାଙ୍କ ଭାଇଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ, ଯାହା ପରଠାରୁ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।

{"id":412313,"sizeSlug":"large","linkDestination":"none"}

ଅର୍ଜୁନ ତେନ୍ଦୁଲକରଙ୍କୁ ଟ୍ରୋଲ କରୁଥିବା ଲୋକମାନଙ୍କୁ ତାଙ୍କ ଭଉଣୀ ସାରା ଉଚିତ୍ ଯବାବ ଦେଇଥିଲେ । ସେ ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରି ଲେଖିଥିଲେ, 'ଏହି ସଫଳତାକୁ ତୁମଠାରୁ କେହି ଛଡ଼ାଇ ନେଇ ପାରିବେ ନାହିଁ । ଏହା ତୁମର । ମୁଁ ତୁମ ପାଇଁ ଗର୍ବିତ।'

{"id":412314,"sizeSlug":"large","linkDestination":"none"}

ସାରା ତାଙ୍କ ଭାଇଙ୍କ ସୁରକ୍ଷା ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଅନେକ ସୁନ୍ଦର ଫଟୋ କ୍ରମାଗତ ଭାବରେ ଭାଇରାଲ୍ ହେଉଛି । ସାରାଙ୍କୁ ୨୩ ବର୍ଷ ବୟସ ଏବଂ ସେ ଲଣ୍ଡନରେ ପାଠ ପଢୁଛନ୍ତି । ସାରା ଏବଂ ତାଙ୍କ ଭାଇ ଅର୍ଜୁନଙ୍କ ମଧ୍ୟରେ ଖୁବ୍ ଭଲ ସମ୍ପର୍କ ରହିଛି ।

{"id":412315,"sizeSlug":"large","linkDestination":"none"}

ସୋସିଆଲ ମିଡିଆରେ ସାରା ବେଶ ସକ୍ରିୟ । ସେ ପ୍ରାୟତଃ ନିଜର ଏବଂ ନିଜ ପରିବାରର ଫଟୋ ସେୟାର କରଥାନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୧୨ଲକ୍ଷ ଫଲୋର୍ସ ଅଛନ୍ତି ।

{"id":412316,"sizeSlug":"large","linkDestination":"none"}

ବର୍ତ୍ତମାନ ସାରା  ପାଠପଢା ଜାରି ରଖିଛନ୍ତି ଏବଂ ସେ ତାଙ୍କ କ୍ୟାରିୟରରେ କଣ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ତାଙ୍କର ସୁନ୍ଦର ଫଟୋ ଦେଖି ଲୋକମାନେ ତାଙ୍କୁ ଆକ୍ଟିଙ୍ଗ ଲାଇନ୍ ବାଛିବା ପାଇଁ ପରାମର୍ଶ ଦେଉଛନ୍ତି । ତଥାପି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସାରା ଜଣେ ଅଭିନେତ୍ରୀଙ୍କଠାରୁ କମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.