Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନା ସଙ୍କଟ: ଜନ୍ମଦିନରେ ବଡ଼ ଘୋଷଣା କଲେ ସଚିନ ତେନ୍ଦୁଲକର

24/04/2021 at 5:21 PM

ନୂଆଦିଲ୍ଲୀ ୨୪/୪: ପୂର୍ବତନ ଭାରତୀୟ କ୍ରିକେଟ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଜି ୪୮ ତମ ଜନ୍ମଦିନ। କୋଟି କୋଟି ଫ୍ୟାନ୍ସ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସେ ଖୁସି ଥିବା ନେଇ ଟ୍ବିଟ୍‌ ମଧ୍ୟ କରିଛନ୍ତି ସଚିନ। ଏହା ବ୍ୟତୀତ ଜନ୍ମଦିନରେ ବଡ଼ ଘୋଷଣା କରିଛନ୍ତି ତେନ୍ଦୁଲକର। ନିକଟରେ କରୋନାରୁ ସୁସ୍ଥ ହୋଇ ଫେରିଥିବା ସଚିନ କରୋନା ରୋଗୀଙ୍କ ପାଇଁ ପ୍ଲାଜ୍‌ମା ଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏନେଇ ଡାକ୍ତରଙ୍କ ସହ ଆଲୋଚନ କରିସାରିଛନ୍ତି।

ଏହା ସହ ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ଅପିଲ୍‌ କରିଛନ୍ତି ସଚିନ ତେନ୍ଦୁଲକର। ଟ୍ବିଟ୍‌ରରେ ଭିଡିଓ ସେୟାର କରି ସେ କହିଛନ୍ତି , ମୁଁ ଗତବର୍ଷ ମୁମ୍ବାଇରେ ପ୍ଲାଜ୍‌ମା କେନ୍ଦ୍ରର ଉଦଘାଟନ କରିଥିଲି। ସେଠାରେ କାର୍ଯ୍ୟ କରୁଥିବା ଡାକ୍ତର କହିଥିଲେ ସମୟ ପୂର୍ବରୁ କରୋନା ରୋଗୀଙ୍କୁ ପ୍ଲାଜମା ଦେଲେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ଦ୍ରୁତ ସୁଧାର ଆସିପାରିବ। ଏହାକୁ ଦେଖି ମୁଁ କରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜ୍‌ମା ଦାନ କରିବି।

ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିବା ସମସ୍ତ ଫ୍ୟାନ୍ସଙ୍କୁ ସଚିନ ଧନ୍ୟବାଦ ଜଣାଇଛନ୍ତି। ମାର୍ଚ୍ଚରେ ରାୟପୁରରେ ହୋଇଥିବା ରୋଡ୍‌ ସେଫ୍ଟି ଓ୍ବାର୍ଲଡ୍‌ ସିରିଜ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ୨୭ ମାର୍ଚ୍ଚରେ ସଚିନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ୨ ଏପ୍ରିଲ୍‌ରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଥିଲେ। ୮ ଏପ୍ରିଲ୍‌ରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପ​‌ରେ ହୋମ ଆଇସୋଲେସନ୍‌ରେ ରହୁଛନ୍ତି ସଚିନ ତେନ୍ଦୁଲକାର।

   Related Posts