Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଆସନ୍ତାକାଲି ହକି ଉଦଯାପନୀ ସମାରୋହରେ ଯୋଗଦେବେ ତେନ୍ଦୁଲକର: ଟ୍ୱିଟ କରି ଜଣାଇଲେ

15/12/2018 at 6:12 PM

ଭୁବନେଶ୍ୱର ୧୫/୧୨ : ଆସନ୍ତାକାଲି ହକି ବିଶ୍ୱକପର ଫାଇନାଲ ମ୍ୟାଚ ତଥା ଉଦଯାପନୀ ସମାରୋହରେ ସାମିଲ ହେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର | ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ | ଏଥିସହ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଓଡିଶା ବିଶ୍ୱକପ ହକି ୨୦୧୮ର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ | ଆସନ୍ତାକାଲି ତେନ୍ଦୁଲକର ଉଦଯାପନୀ ସମାରୋହରେ ଯୋଗଦେବେ ବୋଲି ସେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି |


ସୂଚନାଯୋଗ୍ୟ ଯେ, ହକି ବିଶ୍ୱକପର ଉଦଘାଟନୀ ସମାରୋହ ୨୭ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବାବେଳେ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା | ଭୁବନେଶ୍ୱର ଠାରେ ଉଦଘାଟନୀ ସମାରୋହରେ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର.ରହମାନ ସଂଗୀତ ପରିବେଷଣ କରିଥିଲେ | ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ଶାହରୁଖ ଖାନ ମଧ୍ୟ ଯୋଗ ଦେଇଥିଲେ | ସେହିଭଳି କଟକ ଠାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ସଲମାନ ଖାନ ଯୋଗଦେଇଥିଲେ | ଆସନ୍ତାକାଲି ତେନ୍ଦୁଲକର କଳିଙ୍ଗ ଷ୍ଟାଡ଼ିୟମ ଆସୁଥିବା ନେଇ ଖବର ପ୍ରଚାରିତ ହେବା ପରେ ଖେଳ ପ୍ରେମୀଙ୍କ ମଧ୍ୟରେ ପ୍ରଚଂଡ ଉତ୍ସାହ ଦେଖିବାକୁ ମିଳିଛି |


ଟ୍ୱିଟ ଜରିଆରେ ହକି ବିଶ୍ୱକପ ଆୟୋଜନ ସୁନ୍ଦର ଭାବେ କରିଥିବାରୁ ତେନ୍ଦୁଲକର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଛନ୍ତି | ତେନ୍ଦୁଲକରଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି |

   Related Posts