ସଚିନଙ୍କ କାର୍ ମନକୁ ମନକୁ ଚାଲିବାରୁ ସେ ଆଶ୍ଚର୍ଯ୍ୟ ହୋଇଗଲେ...

Published By : Prameya-News7 Bureau | August 04, 2019 IST

ନୂଆଦିଲ୍ଲୀ୪|୮: କ୍ରିକେଟ ଜଗତର  ଭଗବାନ ବୋଲି କୁହାଯାଉଥିବା ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ବର୍ତ୍ତମାନ ଚିନ୍ତାରେ ପଡିଯାଇଛନ୍ତି। ସଚିନଙ୍କ ଚିନ୍ତାର କାରଣ ତାଙ୍କ କାର୍‌। ସେ ଚଳାଉଥିବା କାର୍ ଅଟୋମେଟିକ୍ ଭାବେ ଚାଲୁଛି। ଯାହାକୁ ଦେଖି ସଚିନ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ତାଙ୍କ କାର୍‌ରେ ଡ୍ରାଇଭର ନଥାଇ ଗାଡି ଅଟୋମେଟିକ୍ ଭାବେ ଚାଲିବାର ଏକ ଭିଡିଓ ସଚିନ ତାଙ୍କ  ଟ୍ବିଇଟର ଏକାଉଣ୍ଟରେ ପୋଷ୍ଟ କରିଛନ୍ତି।

wp:core-embed/twitter {"url":"https://twitter.com/sachin_rt/status/1157206243963887617","type":"rich","providerNameSlug":"twitter","className":""}
https://twitter.com/sachin_rt/status/1157206243963887617
/wp:core-embed/twitter

 ଏହି ଗାଡିକୁ ମିଷ୍ଟର ଇଣ୍ଡିଆ ଚଲାଉଛନ୍ତି ବୋଲି ସେ କହିଛନ୍ତି।ଏହି ଭିଡିଓରେ ଡ୍ର୍ର୍ରାଇଭର ପାଖ ସିଟ୍‌ରେ ସଚିନ ବସିଛନ୍ତି। ହେଲେ କାର୍‌ଟି ମନକୁ ମନକୁ ଚାଲିଛି। ଏଥିସହ କାର୍‌ର ସମ୍ପୂର୍ଣ୍ଣ ଅଟୋମେଟିକ୍ ଭାବେ ନିୟନ୍ତ୍ରଣ ହେଉଛି। କାର୍‌ଟି  ମନକୁ  ମନକୁ ରହି ମଧ୍ୟ ଯାଉଛି।

ସଚିନ ଏହି ଭିଡିଓ ନିଜ ଟ୍ବିଇଟର ଆକାଉଣ୍ଟରେ ପୋଷ୍ଟକରି ଲେଖିଛନ୍ତି ଯେ, ତାଙ୍କ କାର୍ ଗ୍ୟାରେଜରେ ନିଜେ ନିଜେ ପର୍କିଂ  ହେବା ରୋମାଞ୍ଚକର ଅନୁଭୂତି ଥିଲା। ଏହି କାର୍‌କୁ ମିଷ୍ଟର ଇଣ୍ଡିଆ ନିୟନ୍ତ୍ରଣ କରୁଥିଲା ବୋଲି ସେ ଟ୍ବିଇଟରେ ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.