Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପିୟୂଷ ଚାଓ୍ଵାଲଙ୍କ ବାପାଙ୍କ ପରଲୋକ ଖବର ଶୁଣି ସ୍ତବ୍ଧ ହୋଇଗଲେ ସଚିନ ତେନ୍ଦୁଲକର, କହିଲେ- ଏହା ହୃଦୟ ବିଦାକ

11/05/2021 at 8:55 PM

ମୁମ୍ଵାଇ ୧୧।୦୫: କରୋନାରେ ଭାରତୀୟ ଲେଗ୍ ସ୍ପିନର ପିୟୂଷ ଚାଓ୍ଵାଲଙ୍କ ବାପାଙ୍କ ପରଲୋକ ଘଟିଛି। ଏହି ଖବର ଶୁଣି କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ସଚିନ ତେନ୍ଦୁଲକର ସ୍ତବ୍ଧ  ହୋଇଯାଇଛନ୍ତି। ସେ କହିଛନ୍ତି, ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ଏମିତି କଠିନ ସମୟରେ ପିୟୂଷ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବଳ ଦିଅନ୍ତୁ।

ପିୟୂଷଙ୍କ ବାପା ପ୍ରମୋଦ କୁମାର ଚାଓ୍ଵାଲଙ୍କ ଦେହାନ୍ତ ଖବର ନିଶ୍ଚିତ ରୂପେ ହୃଦୟବିଦାରକ। ତାଙ୍କ ଅମର ଆତ୍ମାର ସଦଗତି ହେଉ। ତାଙ୍କ ଶୋକସନ୍ତପ ପରିବାର ପ୍ରତି ମୋର ସମବେଦନା ରହିଛି ଏବଂ ଏଭଳି ସମୟରେ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ଶକ୍ତିପ୍ରଦାନ କରନ୍ତୁ ବୋଲି ସଚିନ ଟ୍ଵିଟ୍ କରିଛନ୍ତି।

ପିୟୂଷ ନିଜ ବାପାଙ୍କ ନିଧନରେ ଶୋକ ବ୍ୟକ୍ତ କରି କହିଛନ୍ତି, ଜୀବନ ତାଙ୍କ ବିନା ଆଉ ସେମିତି ରହିବନି ଯେମିତି ବାପା ଥିବା ବେଳେ ତାଙ୍କୁ ଶକ୍ତି ମିଳୁଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଦଳ ମଧ୍ୟ ପିୟୂଷଙ୍କ ପିତାଙ୍କ ନିଧନରେ ଶୋକ ସନ୍ଦେଶ ପଠାଇଛି।

ପିୟୂଷ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି। ସେ ଆଇପିଏଲ୍‌ରେ ୧୫୬ ଓ୍ଵିକେଟ୍ ନେଇଛନ୍ତି। ୨୦୨୦ ସଂସ୍କରଣରେ ସେ ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳି ଥିଲେ। ଗତ ଦିନରେ ମଧ୍ୟ ରାଜସ୍ଥାନ ରୟାଲ୍ସର ନବାଗତ ବୋଲର ଚେତନ ସକାରିଆ ମଧ୍ୟ କରୋନା ମହାମାରୀରେ ନିଜ ପିତାଙ୍କୁ ହରାଇଛନ୍ତି। କରୋନା ସଂକ୍ରମଣରେ ରବିବାର ସକାରିଆଙ୍କ ପିତାଙ୍କ ପରଲୋକ ଘଟିଛି।

   Related Posts