Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କେଉଁ କ୍ରିକେଟରଙ୍କ ଠାରେ ନିଜର ଝଲକ୍ ଦେଖନ୍ତି ସଚ୍ଚିନ… କିଏ ସେ ଖେଳାଳି ?

8/02/2020 at 12:34 PM

ସିଡନୀ, ୦୭|୦୨: ବିଶ୍ବ କ୍ରିକେଟ ଜଗତରେ ବେଶ ପରିଚିତ ନାମ ସଚ୍ଚିନ ତେନ୍ଦୁଲକର । ବିଶ୍ୱର ପ୍ରମୁଖ କ୍ରିକେଟରଙ୍କ ମଧ୍ୟରେ ସଚିନ ଅନ୍ୟତମ। ସାରା ବିଶ୍ୱରେ ସଚିନଙ୍କ ଫ୍ୟାନ୍ ଓ ଫଲୋଅର୍ସ ଅଗଣିତ । ସଚିନଙ୍କ ଖେଳ ଓ ରେକର୍ଡଠୁ ତାଙ୍କ ମତାମତ ଏବେ ଅଧିକ ଗୁରୁତ ରଖେ । ସବୁଠୁ ବଡ କଥା ହେଲା , ଏହି ମାଷ୍ଟରବ୍ଲାଷ୍ଟର ଯଦି ଅନ୍ୟ ଜଣେ (ବର୍ତ୍ତମାନର) କ୍ରିକେଟରଙ୍କୁ ପ୍ରଶଂସା କରନ୍ତି । ତେବେ ସେହି କ୍ରିକେଟର କେବଳ ଭାଗ୍ୟବାନ ନୁହଁନ୍ତି ପୁରା ଚର୍ଚ୍ଚାକୁ ଆସିଯାଆନ୍ତି । ଏବେ ସଚ୍ଚିନଙ୍କ ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା । ସଚ୍ଚିନଙ୍କ ଭଳି କିଏ ? ଏହି ପ୍ରଶ୍ନ ଏକ ଜଟିଳ ପ୍ରଶ୍ନ ହୋଇଥିବା ବେଳେ ସଚ୍ଚିନ ଯଦି ସେପରି କିଛି ସଙ୍କେତ ଦିଅନ୍ତି , ତେବେ ତାର ଓଜନ ନିଶ୍ଚିନ୍ତ ଭାବେ ଅଧିକ । କଥାଟି ହେଲା , ସଚିନ ଏବେ ବିରାଟ କୋହଲି ନା ସ୍ମିଥ୍‌ଙ୍କ କାହା ନିକଟରେ ନିଜର କିଛି ଝଲକ ଦେଖିନ୍ତି କି । କାରଣ ବର୍ତ୍ତମାନ କୋହଲି ଓ ସ୍ମିଥ ପୁରା ଫର୍ମରେ । କିନ୍ତୁ ସଚ୍ଚିନଙ୍କ ଉତ୍ତର ଏହି ମହାନ ବ୍ୟାଟସମ୍ୟାନଙ୍କୁ ଏଡାଇ ଅନ୍ୟ ଜଣେ ଯୁବ ବ୍ୟାଟସମ୍ୟାନଙ୍କ ଆଡକୁ ଇଙ୍ଗିତ କରିଛି । ସେ କିଏ ?

ସଚ୍ଚିନ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସେ ବୁଶଫାୟାର୍ କ୍ରିକେଟ୍ ବେସ ଚାରିଟି ମ୍ୟାଚରେ ଭାଗ ନେବାକୁ ଯାଇଛନ୍ତି । ଭାରତୀୟ କ୍ରିକେଟ୍ ଦଳର ପୁର୍ବତନ ବ୍ୟାଟସମ୍ୟାନ୍ ତଥା ମହାନ ଖେଳାଳି ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗି ପ୍ରଭାବିତ ହୋଇଥିବା ଲୋକଙ୍କ ସାହାଯ୍ୟ ପାଇଁ ଏକ ବନ୍ଧୁତାପୂର୍ଣ୍ଣ ଚାରିଟି ମ୍ୟାଚରେ ସଂପୃକ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆର କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ଦଳର କୋଚ୍ ଭାବେ ନଜର ଆସିବେ ସଚିନ ।

ଏହି ଅବସରରେ ଅଷ୍ଟ୍ରେଲିଆର କେଉଁ ବ୍ୟାଟସମ୍ୟାନଙ୍କ ଠାରେ ନିଜକୁ ଦେଖନ୍ତି ବୋଲି ଗଣମାଧ୍ୟମ ସଚ୍ଚିନଙ୍କୁ ପ୍ରଶ୍ନ କରିଥିଲେ । ସଚିନ ଏହାର ଉତ୍ତରରେ କହିଛନ୍ତି ଯେ, ଅଷ୍ଟ୍ରେଲିଆ କ୍ରିକେଟର ମାର୍ଣ୍ଣସ୍ ଲାବୁସେନଙ୍କ ମଧ୍ୟରେ ସେ ନିଜର ଝଲକ ଦେଖିଥାନ୍ତି। ଲାବୁସେନଙ୍କ ଖେଳ ଅତି ଉଚ୍ଚକୋଟରୀ ରହିଛି । ତାଙ୍କ ଫୁଟ୍ ଓ୍ୱାର୍କ୍ ଅତି ଉତ୍ତମ। ସେ ତାଙ୍କର ଝଲକ ବୋଲି ସଚିନ କହିଛନ୍ତି। ଆଇସିସି ସଚିନଙ୍କ ବୟାନକୁ ଟ୍ୱିଟରରେ ସେୟାର କରିଛି। ଏହା ଲାବୁସେନଙ୍କ ପାଇଁ ବହୁତ ବଡ କଥା ବୋଲି ଆଇସିସି କହିଛି। ସେ ଲାବୁସେନଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।

ସଚ୍ଚିନ ତେନ୍ଦୁଲକରଙ୍କୁ ବିରାଟ କୋହଲି ଓ ଷ୍ଟିଭ ସ୍ମିଥ୍‌ଙ୍କ ଖେଳିବା ଶୈଳୀ ବହୁତ ପସନ୍ଦ ଆସିଥାଏ । ଏହି ଦୁଇ ଜଣ ବ୍ୟାଟସମ୍ୟାନଙ୍କୁ ଖେଳିବାର ଦେଖିବା ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି କହିଛନ୍ତି । ତେବେ ପ୍ରତି ଖେଳାଳିଙ୍କ ନିଜ ଅନୁସାରେ ଖେଳିବାକୁ ଦେବା ଉଚିତ ବୋଲି କହଛନ୍ତି । କୌଣସି ଖେଳାଳି ସହ ଅନ୍ୟ ଖେଳାଳିକୁ ତୁଳନା କରିବା ଅନୁଚିତ୍‌ ।

ବୁଶ ଫାୟାର୍ ଫଣ୍ଡ୍ ରେଜର୍ ମ୍ୟାଚ ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ଉଦ୍ଦେଶ୍ୟରେ ଖେଳାଯିବ। ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ମେଲବର୍ଣ୍ଣରେ ସମସ୍ତ ମ୍ୟାଚ ଖେଳାଯିବ ବୋଲି କହିଛି। ଏହି ମୁକାବିଲା ପ୍ରଥମେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥାନ୍ତା।

   Related Posts