ଯୁବକଙ୍କ ଟ୍ୟାଲେଣ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସଚିନ: ନିଜେ ଭିଡିଓ ସେୟାର କରି କଲେ ପ୍ରଶଂସା

Published By : Prameya-News7 Bureau | March 02, 2021 IST

ମୁମ୍ବାଇ ୦୨/୦୩ : ବେଳେ ବେଳେ ଏମିତି କିଛି କୌଶଳ ବା ଟ୍ୟାଲେଣ୍ଟ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା ମୁସ୍କିଲ ହୋଇଥାଏ। ଏମିତି ଏକ ଟ୍ୟାଲେଣ୍ଟ ସାମ୍ନାକୁ ଆସିଛି ଯାହା ଦେଖି ଆପଣ ବି ବିଶ୍ୱାସ କରିବେନି। ରୁବିକ୍ କ୍ୟୁବ୍ ସଲ୍ଭ କଲାବେଳେ ଅଧିକାଂଶ ଲୋକ ନୟାନ୍ତ ହୋଇଯାନ୍ତି। ବହୁତ ଚେଷ୍ଟା ପରେ ଏହାକୁ ସଲ୍ଭ କରିପାରନ୍ତି। କିନ୍ତୁ ଜଣେ ଯୁବକ ଏହାକୁ ଚୁଟକିରେ ସଲ୍ଭ କରିଦେଇଛନ୍ତି ସେ ପୁଣି ଆଖି ବନ୍ଦ କରି। ଏହି ଭିଡିଓକୁ ସଚିନ ତେନ୍ଦୁଲକର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ଖୁବ ଭାଇରାଲ୍ ହେଉଛି। 

ଭିଡିଓରେ ଆପଣ ଦେଖିପାରିବେ, ଜଣେ ଯୁବକ ଆଖି ବନ୍ଦ କରି କିଛି ସେକେଣ୍ଡରେ ରୁବିକ୍ କ୍ୟୁବ୍ ସଲ୍ଭ କରିଦେଇଛନ୍ତି। ଭିଡିଓରେ ସଚିନ କହିଛନ୍ତି, "ମୁଁ ମହମ୍ମଦ ଅଇମାନ କୋଲିଙ୍କ ସହ ଅଛି। ଆପଣ ଜାଣିଛନ୍ତି ଇଏ କଣ ? ରୁବିକ୍ କ୍ୟୁବ୍।" ସଚିନ ଏହି କ୍ୟୁବକୁ ମିକ୍ସ କରି କୋଲିଙ୍କୁ ଦେଇଛନ୍ତି। ମାତ୍ର କିଛି ସେକେଣ୍ଡରେ କୋଲି ଫର୍ମୁଲା ମନେପକାଇ ଆଖି ବନ୍ଦ କରି କ୍ୟୁବ୍ ସଲ୍ଭ କରିଦେଇଛନ୍ତି।

wp:html
/wp:html

ସଚିନ ଆଗକୁ କହିଛନ୍ତି, "ଅଇମାନ କୋଲିଙ୍କ ନାଁ ଗିନିଜ୍ ୱାର୍ଲଡ ରେକର୍ଡରେ ସାମିଲ ହୋଇଛି। ଏହି ଭାରତୀୟ ଯୁବକଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁଛି "

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସଚିନ କୋଲିଙ୍କର ଖୁବ ପ୍ରଶଂସା କରିଛନ୍ତି। ଭିଡିଓ ସେୟାର କରି ସଚିନ ଲେଖିଛନ୍ତି, ଦେଖନ୍ତୁ ଏହି ଯୁବକଙ୍କୁ, ତାଙ୍କୁ ଦେଖି ମୁଁ ବି ଆଶ୍ଚର୍ଯ୍ୟଚକିତ। ଆମେ ଯେଉଁ କାମ ଦେଖିକି ବି କରିପାରୁନାହୁଁ ସେହି କାମ ଇଏ ନ ଦେଖି କରୁଛନ୍ତି। ମୋତେ ଏହି କୌଶଳ ଶିଖାଇବା କୋଲିଙ୍କର ଚ୍ୟାଲେଞ୍ଜ। ମାତ୍ର ୧୭ ସେକେଣ୍ଡରେ କୋଲି କ୍ୟୁବ୍ ସଲ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.