ହଟିଲା ସଚିନ ତେନ୍ଦୁଲକରଙ୍କ ସୁରକ୍ଷା ବ୍ୟବସ୍ଥା – ମହାରାଷ୍ଟ୍ର ସରକାର ହଟାଇଲେ
25/12/2019 at 1:30 PM

ମୁମ୍ବାଇ ୨୫।୧୨: ପୂର୍ବତନ ରାଜ୍ୟସଭା ସାଂସଦ ତଥା କିକେଟ ଜଗତର ଭଗବାନ କହୁଯାଉଥିବା ସଚିନ ତେନ୍ଦୁଲକରଙ୍କୁ ସୁରକ୍ଷା ବ୍ୟବସ୍ଥା ହଟାଯାଇଛି । ସଚିନ୍ଙ୍କୁ ମିଳିଥିବା X-କାଟାଗୋରୀର ସୁରକ୍ଷା ବ୍ୟବସ୍ଥା ମହାରାଷ୍ଟ୍ର ସରକାର ହଟାଇଛନ୍ତି । ମହାରାଷ୍ଟ୍ରର ବିଶିଷ୍ଟ ଲୋକମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ବରଲିର ବିଧାୟକ ଆଦିତ୍ୟ ଠାକରେଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଆଦିତ୍ୟଙ୍କୁ ସୁରକ୍ଷା ବ୍ୟବସ୍ଥା ବଢାଯାଇ Z କାଟାଗୋରୀର ସୁରକ୍ଷା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । X କାଟାଗୋରୀରେ ପ୍ରତ୍ୟେକ ସମୟରେ ସଚିନଙ୍କ ନିକଟରେ ଜଣେ ପୋଲିସ କନେଷ୍ଟବଳ ମୁତୟନ ରହୁଥିଲେ । କିନ୍ତୁ ସଚିନଙ୍କୁ ଏବେ ପୋଲିସ ସୁରକ୍ଷା ମିଳିପାରେ ।

ସେହିପରି ଭାଜପା ନେତା ଏକନାଥ ଖଡ୍ସେଙ୍କ ସୁରକ୍ଷା ବ୍ୟବସ୍ଥା ହଟାଯାଇ Y କାଟାଗୋରୀରେ ରଖାଯାଇଛି କିନ୍ତୁ ପୋଲିସ ଏସ୍କର୍ଟ ହଟାଯାଇଛି । ଉତ୍ତରପ୍ରଦେଶର ପୂବତନ ରାଜ୍ୟପାଳ ରାମ ନାଏକଙ୍କ ସୁରକ୍ଷା ବ୍ୟବସ୍ଥାକୁ Z+ କାଟାଗୋରୀ କମାଯାଇ Xକାଟାଗୋରୀରେ ରଖାଯାଇଛି । ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଉଜ୍ଜଳ ନିକମଙ୍କ ସୁରକ୍ଷା ବ୍ୟବସ୍ଥା Z+ କାଟାଗୋରୀରୁ ହଟାଯାଇ Y କାଟାଗୋରୀ କରାଯାଇଛି । ସେହିପରି ସମାଜସେବୀ ଆନ୍ନା ହଜାରେଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଇ Y କାଟାଗୋରୀରୁ Z+ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୁରକ୍ଷା ବଢାଯିବା ଓ କମ୍ କରିବା ପାଇଁ ଏକ କିମିଟ ଗଠନ କରାଯାଇଛି । କମିଟି ପ୍ରତି ତିନିମାସରେ ଥରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଥିାଏ । କମିଟି ଗୁଇନ୍ଦା ବିଭାଗତ ତଥ୍ୟ ଓ ସ୍ଥାନୀୟ ପୋଲିସ ଥାନାରୁ ତଥ୍ୟକୁ ଆକଳନ କରି ସୁରକ୍ଷା ବଢାଯାଇଥାଏ ଏବଂ ସୁରକ୍ଷା କମ୍ ମଧ୍ୟ କରାଯାଇଥାଏ । ଚଳିତ ଥର କିମିଟି ୯୭ଜଣଙ୍କୁ ମିଳିଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛି । ୨୯ଜଣଙ୍କ ସୁରକ୍ଷା କମ୍ କରାଯାଇଛି । ସେହପରି ୧୬ଜଣଙ୍କ ଠାରୁ ସୁରକ୍ଷା ବ୍ୟବସ୍ଥା ହଟାଯାଇଛି ।