Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଆଜିର ଦିନରେ ଇତିହାସ ରଚିଥିଲେ ଲିଟିଲ୍ ମାଷ୍ଟର୍ ସଚିନ, କରିଥିଲେ ଏହି ଖାସ ରେକର୍ଡ

16/03/2020 at 3:21 PM

ନୂଆଦିଲ୍ଲୀ, ୧୬|୦୩:   ମାର୍ଚ୍ଚ ୧୬, ୨୦୧୨ । ବିଶ୍ୱ କ୍ରିକେଟ ଇତିହାସରେ ଏକ ସୁନେଲୀ ଫର୍ଦ୍ଦ। କାରଣ ଏହି ଦିନ କ୍ରିକେଟର ଭଗବାନ କୁହାଯାଉଥିବା ଲିଟିଲ୍ ମାଷ୍ଟର ସଚିନ ତେନ୍ଦୁଲକର ନିଜର ଶହେତମ ଶତକ ପୂରଣ କରିଥିଲେ। ଏହି ରେକର୍ଡ ଏବେସୁଦ୍ଧା ଅକ୍ଷୂର୍ଣ୍ଣ ରହିଛି।

ଏସିଆ କପ ୨୦୧୨ରେ ଚାଲିଥିବା ବାଂଲାଦେଶ ବିପକ୍ଷ ମୁକାବିଲାରେ ସଚିନ ସେର୍-ଏ-ବାଂଲା ଷ୍ଟାଡିୟମରେ ୧୧୪ ରନ କରି ୪୯ତମ ଦିନିକିଆ ଶତକ ଲଗାଇଥିଲେ। ଲିଟିଲ ମାଷ୍ଟର ପୂର୍ବରୁ ଟେଷ୍ଟରେ ୫୧ତମ ଶତକ ଲଗାଇ ସାରିଥିଲେ। ଏହି ଶତକ ଏଥିପାଇଁ ସ୍ୱତନ୍ତ୍ର ଥିଲା କାରଣ ସଚିନ ଗୋଟିଏ ବର୍ଷ ବ୍ୟବଧାନ ପରେ ୧୦୦ତମ ଶତକ ଲଗାଇଥିଲେ। ଅର୍ଥାତ ୯୯ତମରୁ ୧୦୦ତମ ଶତକ ପାଇଁ ତାଙ୍କୁ ଗୋଟିଏ ବର୍ଷ ଲାଗି ଯାଇଥିଲା।

ତେବେ ସଚିନଙ୍କ ଏହି ଶତକ ଦଳକୁ ବିଜୟୀ କରାଇପାରି ନଥିଲା। ଦଳ ଦେଇଥିବା ୨୯୦ରନର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ହାସଲ କରିନେଇଥିଲା। ସଚିନଙ୍କ ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ମୋଟ ୭୧ଟି ଶତକ ଲଗାଇଥିବା ବେଳେ ବିରାଟ କୋହଲି ୭୦ଟି ଶତକ ଲଗାଇଛନ୍ତି। ବିରାଟ ହିଁ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ ବୋଲି କୁହାଯାଉଛି।

   Related Posts