ଭୁବନେଶ୍ୱରରେ ସଚିନ ତେନ୍ଦୁଲକର ; ହକି ବିଶ୍ୱକପ ଉଦଯାପନୀ ଉତ୍ସବରେ ଯୋଗଦେବେ ସଚିନ

Published By : Prameya-News7 Bureau | December 16, 2018 IST

ଭୁବନେଶ୍ୱର ୧୫/୧୨ : ହକି ବିଶ୍ୱକପ ଉଦଯାପନୀ ସମାରୋହରେ ସାମିଲ ହେବା ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର | ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ | ଏଥିସହ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଓଡିଶା ବିଶ୍ୱକପ ହକି ୨୦୧୮ର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ | ଗତକାଲି ତେନ୍ଦୁଲକର ଆଜିର ଉଦଯାପନୀ ସମାରୋହରେ ଯୋଗଦେବେ ବୋଲି ସେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି |ତେନ୍ଦୁଲକରଙ୍କୁ ଭୁବନେଶ୍ୱର ବିମାନବନ୍ଦର ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ ରାଜ୍ୟବାସୀ | ବିମାନବନ୍ଦରରୁ ସିଧା କଳିଙ୍ଗ ଷ୍ଟାଡିୟମ ଗଲେ ସଚିନ | 

{"id":64384}

ସୂଚନାଯୋଗ୍ୟ ଯେ, ହକି ବିଶ୍ୱକପର ଉଦଘାଟନୀ ସମାରୋହ ୨୭ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବାବେଳେ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା | ଭୁବନେଶ୍ୱର ଠାରେ ଉଦଘାଟନୀ ସମାରୋହରେ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର.ରହମାନ ସଂଗୀତ ପରିବେଷଣ କରିଥିଲେ | ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ଶାହରୁଖ ଖାନ ମଧ୍ୟ ଯୋଗ ଦେଇଥିଲେ | ସେହିଭଳି କଟକ ଠାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ସଲମାନ ଖାନ ଯୋଗଦେଇଥିଲେ | ଆସନ୍ତାକାଲି ତେନ୍ଦୁଲକର କଳିଙ୍ଗ ଷ୍ଟାଡ଼ିୟମ ଆସୁଥିବା ନେଇ ଖବର ପ୍ରଚାରିତ ହେବା ପରେ ଖେଳ ପ୍ରେମୀଙ୍କ ମଧ୍ୟରେ ପ୍ରଚଂଡ ଉତ୍ସାହ ଦେଖିବାକୁ ମିଳିଛି | 

{"id":64385}

ଟ୍ୱିଟ ଜରିଆରେ ହକି ବିଶ୍ୱକପ ଆୟୋଜନ ସୁନ୍ଦର ଭାବେ କରିଥିବାରୁ ତେନ୍ଦୁଲକର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଛନ୍ତି | ତେନ୍ଦୁଲକରଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.