Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ସଞ୍ଜୁ ସାମସନଙ୍କ କ୍ୟାଚ୍ ସଚିନଙ୍କୁ ୧୯୯୨ ଓ୍ୱାର୍ଲ୍ଡକପ୍ ମନେ ପକାଇଲା… ଏମିତି ଏକ ଦମଦାର୍ ଫିଲ୍ଡିଂ କରିଥିଲେ ମାଷ୍ଟର ବ୍ଲାଷ୍ଟର

1/10/2020 at 4:05 PM

ଦୁବାଇ, ୦୧ ।୧୦: ଆଇପିଏଲ-୨୦୨୦ରେ ବୁଧବାର ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହୋଇଛି । ଚଳିତ ସିଜିନରେ ବିସ୍ଫୋରକ ବ୍ୟାଟିଂ କରୁଥିବା ସଞ୍ଜୁ ସାମସନଙ୍କ ବ୍ୟାଟ୍ ଗତ ମ୍ୟାଚରେ ଚାଲିନଥିଲା । ତେଣୁ ରାଜସ୍ଥାନକୁ ୩୭ ରନରେ ପରାଜୟର ସାମ୍ନା କରିବାକୁ ପଡିଛି । ସାମସନ୍ ଏହା ପୂର୍ବରୁ ଚେନ୍ନାଇ ଓ ପଞ୍ଜାବ ବିପକ୍ଷରେ ଜୋରଦାର୍ ବ୍ୟାଟିଂ କରି ଦଳକୁ ବିଜୟ ଉପହାର ଦେଇଥିଲେ ।

କେକେଆର ବିପକ୍ଷରେ ସାମସନଙ୍କ ବ୍ୟାଟ୍ ଶାନ୍ତ ରହିଥିଲେ ମଧ୍ୟ ତାଙ୍କ ଫିଲ୍ଡିଂକୁ ପ୍ରଶଂସା କରାଯାଉଛି । ସେ ମ୍ୟାଚରେ ଏପରି ଏକ କ୍ୟାଚ୍ ନେଇଥିଲେ ଯାହାକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ପ୍ରଶଂସା କରିଛନ୍ତି ।

ଏହି ମ୍ୟାଚରେ ସାମସନ ଟିମ୍ କରନଙ୍କ ଏକ ବଲରେ ପେଟ୍ କମିନ୍ସଙ୍କ କ୍ୟାଚ୍ ଧରିଥିଲେ । କମିନ୍ସ ସର୍ଟ ପିଚ୍ ବଲରେ ମିଡ୍ ଅନ୍ ଦିଗରେ ଏକ ସଟ୍ ଖେଳିଥିଲେ । ତେବେ ସାମସନ୍ ଏହି କ୍ୟାଚ୍ ଧରିନେଇଥିଲେ । ଏହି କ୍ୟାଚ୍ ସଚିନଙ୍କୁ ୧୯୯୨ ବିଶ୍ୱକପ୍ ମନେ ପକାଇଦେଇଛି । ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସଚିନ୍ ଏଭଳି ଏକ କ୍ୟାଚ୍ ନେଇଥିଲେ ବୋଲି କହିଛନ୍ତି ।

ସଚିନ ସାମସନଙ୍କୁ ପ୍ରଶଂସା କରି ଲେଖିଛନ୍ତି ଯେ, ସେ ଜାଣନ୍ତି ଯଦି ମୁଣ୍ଡ ପଡିଆରେ ଲାଗିଯାଏ କେତେ ପୀଡି ଅନୁଭବ ହୁଏ । ୧୯୯୨ରେ ଇଣ୍ଡିଜ ବିପକ୍ଷରେ ସେ ମଧ୍ୟ ଏପରି ଏକ କ୍ୟାଚ୍ ନେଇଥିଲେ ।

ସୂଚନାଯୋଗ୍ୟ, ବୁଧବାର ଖେଳାଯାଇଥିବା କେକେଆର ଓ ରାଜସ୍ଥାନ ମୁକାବିଲାରେ ରାଜସ୍ଥାନ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି କେକେଆର ୧୭୪ ରନ୍ କରିଥିଲା । ଜବାବରେ ରାଜସ୍ଥାନ ମାତ୍ର ୧୩୭ ରନ୍‌ରେ ଅଟକି ଯାଇଥିଲା ।

   Related Posts