Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଭାରତ ପୂର୍ବରୁ ପାକିସ୍ତାନ ପାଇଁ ଖେଳିଥିଲେ ସଚିନ ତେନ୍ଦୁଲକର: ଅନେକଙ୍କୁ ଅଜଣା ଏହି କଥାଟି କ’ଣ ?

10/04/2020 at 1:25 PM

ମୁମ୍ବାଇ, ୧୦|୦୪:  ବିଶ୍ୱର ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ୧୯୮୯ରେ କରାଚୀରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ୍ ମ୍ୟାଚରେ ପଦାର୍ପଣ କରିଥିଲେ । ଏହାପରେ ସେ ଡିସେମ୍ବରରେ ଦିନିକିଆରେ ପଦାର୍ପଣ କରିଥିଲେ । ୧୬ ବର୍ଷରେ କ୍ରିକେଟରେ ପାଦ ଦେଇଥିବା ସଚିନ ଅନେକ ରେକର୍ଡ ଭାଙ୍ଗିବା ସହ ରେକର୍ଡ ପ୍ରତିଷ୍ଠା ମଧ୍ୟ କରିଛନ୍ତି । ସେ ୨୦୦ଟି ଟେଷ୍ଟ ଓ ୪୬୩ଟି ଦିନିକିଆ ଖେଳିଛନ୍ତି । କିନ୍ତୁ ସେ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ତରଫରୁ ପଦାର୍ପଣ କରିବା ପୂର୍ବରୁ ପାକିସ୍ତାନ ଦଳ ପାଇଁ ଭାରତ ବିରୋଧରେ ଖେଳିଥିଲେ । ସେହି ସମୟରେ ସେ ମାତ୍ର ୧୩ ବର୍ଷର ହୋଇଥିଲେ । ଏହା ୧୯୮୭ ମସିହାର ଘଟଣା । ଟେଷ୍ଟ ସିରିଜ ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଏକଜିବେସନ୍ ମୁକାବିଲା ଖେଳାଯାଇଥିଲା । କିନ୍ତୁ ଏହି ମ୍ୟାଚକୁ ରେକର୍ଡରେ ସାମିଲ କରାଯାଇ ନାହିଁ ।

ଇମରାନ ଖାନ ଥିଲେ ଅଧିନାୟକ

ଜାନୁଆରୀ ୨୦, ୧୯୮୭ରେ କ୍ରିକେଟ୍ କ୍ଲବ ଅଫ ଇଣ୍ଡିଆର ସୂର୍ଣ୍ଣିମ ଜୟନ୍ତୀ ଅବସରରେ ମୁମ୍ବାଇର ବ୍ରେବର୍ଣ୍ଣ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ପାକ୍ ଦଳର ଅଧିନାୟକ ଥିଲେ ଇମରାନ ଖାନ । ଏହି ମୁକାବିଲା ପରେ ଉଭୟ ଦଳ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲେ । ଏକଜିବେସନ୍ ମ୍ୟାଚ ୪୦ ଓଭର ବିଶିଷ୍ଟ ଥିଲା । ଭାରତୀୟ ଦଳ ବ୍ୟାଟିଂ କରୁଥିବା ବେଳେ ଲଞ୍ଚ୍ ସମୟରେ ଜଭେଦ ମିଆଁଦାଦ ଓ ଅବ୍ଦୁଲ କାଦିର ଫିଲ୍ଡ୍ ଛାଡିଥିଲେ । ପାକ୍ ପାଖରେ ବିକଳ୍ପ ଖେଳାଳି ନଥିଲେ । ସେହି ସମୟରେ ୧୩ ବର୍ଷର ସଚିନ ପାକ୍ ଦଳ ପାଇଁ ଫିଲ୍ଡିଂ କରିଥିଲ ।

ଡିଏନଏ ରିପୋର୍ଟ ଅନୁସାରେ, ସଚିନ ଏହି ମ୍ୟାଚରେ ଉତ୍ସାହିତ ଥିଲେ । ଇମରାନ ଖାନ୍ ସିସିଆଇ ଅଧିନାୟକ ହେମନ୍ତ ସରକରେଙ୍କୁ ତିନୋଟି ଖେଳାଳି ଫିଲ୍ଡିଂ ପାଇଁ ଦେବାକୁ କହିଥିଲେ । ଏହାପରେ ସଚିନଙ୍କୁ ସୁଯୋଗ ମିଳିଥିଲା । ସେ ୨୫ ମିନିଟ ଧରି ଫିଲ୍ଡିଂ କରିଥିଲେ ।

   Related Posts