ନାକରେ ବଲ୍ ବାଜି ଝରୁଥିଲା ରକ୍ତ, କିନ୍ତୁ ପଡିଆ ନ ଛାଡି ପାକିସ୍ତାନୀ ବୋଲରଙ୍କ ସାମ୍ନା କରିଥିଲେ ସଚିନ...

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ,୧୫/୧୨ କ୍ରିକେଟର ଭଗବାନ ଭାବେ ପରିଚିତ ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ କ୍ୟାରିଅରରେ ଅନେକ କିଛି ଘଟିଛି । ଯାହା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ୧୯୮୯ ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହୋଇଥିବା ଭାରତ-ପାକିସ୍ତାନ ଟେଷ୍ଟ ମ୍ୟାଚରେ ସଚିନ ନିଜର ଖେଳୁଆଡ ମନୋଭବା ପ୍ରଦର୍ଶନ କରିଥିଲେ । ଯାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିଲା ।

୧୯୮୯ ମସିହା ଡିସେମ୍ବର ୯ ତାରିଖରେ ଆରମ୍ଭ ହୋଇଥିବା ଭାରତ-ପାକିସ୍ତାନ ଚତୁର୍ଥ ଟେଷ୍ଟ ମ୍ୟାଚ୍ । ସଚିନ ଏହି ଟେଷ୍ଟ ଖେଳୁଥାନ୍ତି । ତାଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥାଏ । ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତ ୩୮ ରୱରେ ୪ ଓ୍ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ । ଏହି ସମୟରେ ସଚିନ କ୍ରିଜକୁ ଆସିଲେ । ସେ ୫୭ ରନ୍ କରି ମ୍ୟାଚର ମୋଡ ବଦଳାଇଥିଲେ । ଏହି ମ୍ୟାଚ ଡ୍ର ରହିଥିଲା । ଖେଳ ସରିବା ବେଳକୁ ଭାରତ ୭ ଓ୍ୱିକେଟ୍ ହରାଇ ୨୩୪ ରନ କରିଥିଲା । ନବଜୋତ ସିଦ୍ଧୁ ୯୭ ରନ୍ କରିଥିଲେ ।

ଏହି ମ୍ୟାଚରେ ସଚିନ ଆହତ ହୋଇଥିଲେ । ଓ୍ୱାକର ୟୁନୁସଙ୍କ ଏକ ବାଉନ୍ସର ତାଙ୍କ ନାକରେ ବାଜିଥିଲା । ନାକ ଫାଟି ରକ୍ତ ମଧ୍ୟ ଝରୁଥିଲା । ଟିମ୍ ଫିଜିଓ ତାଙ୍କୁ ଡ୍ରେସିଂ ରୁମକୁ ଫେରିଯିବାକୁ କହିଲେ । କିନ୍ତୁ ସଚିନ ଖେଳିଥିଲେ । ମଇଦାନ ଛାଡିନଥିଲେ । ଓ୍ୱାକରଙ୍କ ପରବର୍ତ୍ତୀ ବଲକୁ ସେ ଚୌକା ମାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.