Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନିଜ ୨୪ ବର୍ଷ କ୍ୟାରିୟରର ବଡ ଖୁଲାସା କଲେ ସଚିନ, କହିଲେ- ଜୀବନରେ ରହିଗଲା ଦୁଇଟି ବଡ ଅବଶୋଷ

29/05/2021 at 8:09 PM

ନୂଆଦିଲ୍ଲୀ ୨୯।୦୫: ଯେତେ ସଫଳତାର ସିଡି ଚଢିଥିଲେ ମଧ୍ୟ, ଯେତେ ସ୍ଵପ୍ନ ସଫଳ କରିଥିଲେ ମଧ୍ୟ ଜୀବନରେ ଯେମିତି ହେଲେ କିଛି ନା କିଛି ଅବଶୋଷ ରହିଯାଏ। ଠିକ୍ ସେହି ଭଳି ଅବଶୋଷ ଭାରତର କିମ୍ଵଦନ୍ତୀ କ୍ରିକେଟ୍‌ ଖେଳାଳି ସଚିନ ତେନ୍ଦୁଲକରଙ୍କ ମନରେ ରହି ଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କରିବାର ୮ ବର୍ଷ ପରେ ସଚିନ କହିଛନ୍ତି, ସେ ତାଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ସଂପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି, କିନ୍ତୁ ମନରେ କିଛି ଅବଶୋଷ ରହି ଯାଇଛି।

ନିଜ କ୍ରିକେଟ୍ କ୍ୟାରିୟରରେ ୨୦୦ ଟେଷ୍ଟ ଖେଳିଥିବା ସଚିନ କ୍ରିକେଟ୍ ଡଟ କମ୍ ସହ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି, ଦୁଇଟି ଜିନିଷ ତାଙ୍କ କ୍ୟାରିୟରରେ ଅବଶୋଷ ରହି ଯାଇଛି। ପ୍ରଥମ ଅବଶୋଷ ସୁନିଲ ଗାଭାସ୍କରଙ୍କ ସହ ସଂପୃକ୍ତ ଥିବା ବେଳେ ଅନ୍ୟଟି ଭିଭିଆନ ରିଚାର୍ଡ୍ସଙ୍କ ସହ ରହିଛି।

ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରଥମ ଅବଶୋଷ

୧୦୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ସଚିନ ତେନ୍ଦୁଲକର ନିଜର ପ୍ରଥମ ଅବଶୋଷ ବିଷୟରେ ବିସ୍ତୃତ ଭାବେ କହିଛନ୍ତି, ମୁଁ ସୁନିଲ ଗାଭାସ୍କରଙ୍କ ସହ କେବେ ଖେଳି ନପାରିବା ମୋର ସବୁଠୁ ବଡ ଅବଶୋଷ। ସେ ମୋର ବ୍ୟାଟିଂ ହିରୋ ଥିଲେ। ତାଙ୍କୁ ଦେଖି ହିଁ ମୁଁ ବଡ ହୋଇଥିଲି। ଏମିତିରେ ତାଙ୍କ ସହ ଖେଳି ନପାରିବା ମୋ ପାଇଁ ଅବଶୋଷ  ହୋଇ ରହିଗଲା। ମୁଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିବାର ଦୁଇ ବର୍ଷ ପୂର୍ବେ ଗାଭାସ୍କର ଅବସର ନେଇଥିଲେ ବୋଲି ସଚିନ କହିଛନ୍ତି।

ସଚିନଙ୍କ ଦ୍ଵିତୀୟ ଅବଶୋଷ

ସଚିନ ତେନ୍ଦୁଲକର କହିଛନ୍ତି, ତାଙ୍କର ଦ୍ଵିତୀୟ ଅବଶୋଷ ହେଉଛି ଭିଭିଆନ ରିଚାର୍ଡ୍ସଙ୍କ ବିପକ୍ଷରେ ଖେଳି ନପାରିବା। ସେ କହିଛନ୍ତି, ମୁଁ ଭାଗ୍ୟଶାଳୀ ଯେ, କାଉଣ୍ଟି କ୍ରିକେଟ୍‌ରେ ତାଙ୍କ ସହ ଖେଳିବାର ସୁଯୋଗ ମିଳିଥିଲା। ମାତ୍ର ଅନ୍ତଜାର୍ତୀୟ କ୍ରିକେଟ୍‌ରେ ଏହି ସୁଯୋଗ ନମିଳିବା ମନରେ ଅବଶୋଷ ରହିଗଲା। ମୋର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରାୟ ଦୁଇ ବର୍ଷ ପୂରା  ହେବା ପରେ ସେ ଅବସର ନେଇଥିଲେ। ତଥାପି ସେହି ଦୁଇ ବର୍ଷରେ ତାଙ୍କ ବିରୋଧରେ ଖେଳିବାର ସୁଯୋଗ ମଧ୍ୟ ମିଳିଲାନି ବୋଲି ସଚିନ କହିଛନ୍ତି।

ସଚିନ ତେନ୍ଦୁଲକର ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ସେ ନିଜ କ୍ୟାରିୟରରେ ୨୦୦ ଟେଷ୍ଟରେ ୧୫୯୨୧ ରନ କରିଛନ୍ତି। ସେ ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନହାସଲକାରୀ ବ୍ୟାଟସମ୍ୟାନ। ସଚିନ ଭାରତର ସମସ୍ତ ବ୍ୟାଟସମ୍ୟାନଙ୍କ ପାଇଁ ଏକ ରୋଲ୍ ମୋଡେଲ। କିନ୍ତୁ ସଚିନଙ୍କ ଆଦର୍ଶ ହେଉଛନ୍ତି ଗାଭାସ୍କର ଓ ରିଚାର୍ଡସ।

   Related Posts