ଷଷ୍ଠ ଭାରତୀୟ ଖେଳାଳି ଭାବେ ସମ୍ମାନଜନକ ଆଇସିସି ହଲ ଅଫ ଫେମରେ ସାମିଲ ହେଲେ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର

Published By : Prameya-News7 Bureau | July 19, 2019 IST

ନୂଆଦିଲ୍ଲୀ୧୯|୭: ଭାରତର ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଆଇସିସି ହଲ ଅଫ ଫେମରେ ସାମିଲ କରାଯାଇଛି। ୪୬ ବର୍ଷରେ ପାଦ ଥାପିଥିବା ସଚିନ ତେନ୍ଦୁଲକର ଷଷ୍ଠ ଭାରତୀୟ ଖେଳାଳୀ ଯିଏ ଆଇସିସି ହଲ ଅଫ୍ ଫେମ୍ ରେ ସ୍ଥାନ ପାଇଛନ୍ତି। ଏହାପୂର୍ବରୁ ୫ ଜଣ ଭାରତୀୟ ଖେଳାଳୀଙ୍କୁ ଏହି ପ୍ରତିଷ୍ଠିତ ସ୍ଥାନରେ ସାମିଲ କରାଯାଇଛି।

ଗତବର୍ଷ ରାହୁଲ ଦ୍ରାଭିଡଙ୍କୁ ଦି ଓ୍ବାଲ ନାମରେ ଆଇସିସି ହଲ ଅଫ ଫେମରେ ସ୍ଥାନ ଦିଆଯାଇଥିଲା ସେହିପରି ୨୦୧୫ରେ ପୂର୍ବତନ ଭାରତୀୟ କ୍ରିକେଟ ଟିମର ବୋଲର ଅନିଲ କୁମ୍ବେଲଙ୍କୁ ଏହି ସମ୍ମାନ ମିଳିଥିଲା। ଭାରତୀୟ ଟିମର ପୂର୍ବତନ ଦୁଇଜଣ କିମ୍ବଦନ୍ତୀ ଖେଳାଳୀ ବିଶନ ସିଂହ ବେଦୀ ଓ ସୁନୀଲ  ଗାଭାସ୍କାରଙ୍କୁ ୨୦୦୯ରେ ଏହି ପ୍ରତିଷ୍ଠିତ ସ୍ଥାନରେ ସାମିଲ କରାଯାଥିଲା। ୧୯୮୩ ବିଶ୍ବକପ ବିଜୟ ହାସଲ କରିଥିବା ଅଧିନାୟକ କପିଲ ଦେବଙ୍କୁ ୨୦୧୦ରେ ଏହି ସମ୍ମାନ ମିଳିଥିଲା। ଆଇସିସି ହଲ ଅଫ ଫେମ୍ ରେ ମୋଟ ୮୮ ଜଣ ଖେଳାଳୀଙ୍କ ନାଂ ସ୍ଥାନ ପାଇଛି ।

ସୂଚନାଯୋଗ୍ୟ, ୨୩ ବର୍ଷର କ୍ରିକେଟ କ୍ୟାରି୍ର ଭିତରେ ସଚିନ ୨୦୦ ଟେଷ୍ଟ ମ୍ୟାଚ, ୪୯୩ଟି ଏକଦିବସୀୟ ମ୍ୟାଚ ଓ ୧ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଟେଷ୍ଟ ମ୍ୟାଚରେ ସେ ୧୫୯୨୧ ରନ କରିଛନ୍ତି। ଯେଉଁଥିରେ ୬୮ଟି ଅର୍ଦ୍ଧଶତକ ଓ ୫୧ ଟି ଶତକ ସାମିଲ ଅଛି। ଟେଷ୍ଟ ମ୍ୟାଚରେ ସଚିନ ସର୍ବାଧିକ ୨୪୮ ରନ କରିଛନ୍ତି। ସେହିପରି ଏକଦିବସୀୟ ମ୍ୟାଚରେ ସଚିନଙ୍କ ଭଲ ପ୍ରଦର୍ଶନ ରହିଛି।

ଏକଦିବସୀୟ ମ୍ୟାଚରେ ସେ ୧୮୪୨୬ ରନ କରିଛନ୍ତି। ଏହି ରନ ମଧ୍ୟରେ ସାମିଲ ଅଛି ୯୬ଟି ଅର୍ଦ୍ଧଶତକ ଓ ୪୯ ଟି ଶତକ। ଏକଦିବସୀୟ ମ୍ୟାଚରେ ସଚିନ ସର୍ବାଧିକ ୨୦୦ ରନ କରିଛନ୍ତି। ସଚିନ ଏମିତି ଜଣେ ଭାରତୀୟ ଖେଳାଳୀ ଯିଏ ୧୦୦ ଶତକକରି ଅର୍ନ୍ତଜାତୀୟ ସ୍ତରରେ ରେକର୍ଡ କରିଛନ୍ତି। ସୂଚନାଥାଉକି, ୧୯୮୯ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳି ଇଣ୍ଡିଆ ଟିମରେ ଡେବ୍ୟୁ କରିଥିଲେ ସଚିନ। ଓ୍ବିଷ୍ଟଇଣ୍ଡିଜ ବିପକ୍ଷରେ ସେ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଲିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.