Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସଚିନ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ- ସେନ୍ ଓ୍ୱର୍ଣ୍ଣ

30/03/2020 at 3:49 PM

ସିଡନୀ, ୩୦|୦୩: ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବୋଲର ସେନ୍ ଓ୍ୱର୍ଣ୍ଣ । ଏହାସହ ସଚିନ ଓ ବ୍ରାଏନ ଲାରାଙ୍କ ବ୍ୟାଟିଂ ସବୁଠାରୁ ଭଲ ବୋଲି ଏହି କଙ୍ଗାରୁ ସ୍ପିନର କହିଛନ୍ତି ।

ଇନଷ୍ଟାଗ୍ରାମ ଲାଇଭ୍ ଚାଟରେ ସେ କହିଛନ୍ତି ଯେ, ସଚିନ ଓ ଲାରାଙ୍କ ପରେ ହିଁ ଅନ୍ୟ ବ୍ୟାଟ୍ସମ୍ୟାନ ଆସନ୍ତି । ସଚିନ ହେଉଛନ୍ତି ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ । ଲାରା ବଡ ସ୍କୋରର ପିଛା କରିବା ସମୟରେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥାନ୍ତି ।ଯଦି ଏହି ଦୁହିଁଙ୍କ ମଧ୍ୟରୁ କାହାକୁ ବାଛିବା ପାଇଁ କୁହାଯାଏ ତେବେ ସେ ଉଭୟଙ୍କୁ ବାଛିବେ ।

ସଚିନ ୨୦୦ ଟି ଟେଷ୍ଟ ଖେଳି ୫୩.୭୮ ଆଭରେଜରେ ୧୫୯୨୧ ରନ କରିଥିବା ବେଳେ ୪୬୩ଟି ଦିନିକିଆରେ ୧୮୪୨୬ ରନ କରିଛନ୍ତି । ଉଭୟ ଫର୍ମାଟରେ ସର୍ବାଧିକ ରନ କରିବାର ରେକର୍ଡ ତାଙ୍କ ନାମରେ ରହିଛି ।

ସେହିପରି ଲାରା ୧୩୧ଟି ଟେଷ୍ଟରେ ୧୧୯୫୩ ରନ କରିଥିବା ବେଳେ ୨୯୯ଟି ଦିନିକିଆରେ ୧୦୪୦୫ ରନ କରିଛନ୍ତି ।

   Related Posts