ଋଣ ସୁଝିଲେ ସଚିନ, ବ୍ୟାଟ୍ ସଜାଡିଥିବା ଆଶରଫଙ୍କ ଚିକିତ୍ସା ପାଇଁ ବଢାଇଲେ ସହାୟତାର ହାତ

Published By : Prameya-News7 Bureau | August 25, 2020 IST

ମୁମ୍ବାଇ, ୨୫|୦୮:  ମହାନତା ଦେଖାଇଲେ ସଚିନ ତେନ୍ଦୁଲକର । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ପୁଣି ଥରେ ନିଜ ଉଦାରତାର ପରିଚୟ ଦେଇଛନ୍ତି । ସେ ଆଶରଫ ଚୌଧରୀନାମକ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି । ଆଶରଫ ଏକଦା ସଚିନଙ୍କ ଭାଙ୍ଗିଯାଇଥିବା ବ୍ୟାଟକୁ ଠିକ୍ କରିଥିଲେ ।

ଆଶରଫ କ୍ରିକେଟରଙ୍କ ବ୍ୟାଟ୍ ସଜାଡିଥାନ୍ତି । ସେ ଏବେ ୧୨ ଦିନ ଧରି ସାଲଭା ମେଡିକାଲରେ ଅଛନ୍ତି । ତାଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନୁହେଁ  । ଏପରି ସ୍ଥଳେ ସଚିନ ତାଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି।

ଆଶରଫଙ୍କ ବନ୍ଧୁ ପ୍ରଶାନ୍ତ ଜେଠାମାଲିନୀ କହିଛନ୍ତି ଯେ, ସଚିନ ଆଶରଫଙ୍କ ଚିକିତ୍ସା ପାଇଁ ଆଗକୁ ଆସିଛନ୍ତି । ଆର୍ଥିକ ସହାୟତା ମଧ୍ୟ କରିଛନ୍ତି । ତେବେ ସଚିନ କେତେ ଟଙ୍କା ଦାନ କରିଛନ୍ତି ସେନେଇ ସ୍ପଷ୍ଟ ହୋଇନାହିଁ ।

ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ୍ ସ୍ମିଥଙ୍କ ସମେତ ଇଣ଼୍ଡି଼ଜ୍ ଖେଳାଳି କ୍ରେସ ଗେଲ, କିରଣ ପୋଲାର୍ଡ ଆଦି ଅଶରାଫଙ୍କ ଦ୍ୱାରା ନିର୍ମିତ ବ୍ୟାଟରେ ଭଲ ଇନିଂସ ଖେଳିଛନ୍ତି । ଦକ୍ଷିଣ ମୁମ୍ବାଇରେ ମଧ୍ୟ ଆଶରଫଙ୍କ ବ୍ୟାଟ୍ ସୋ ରୁମ୍ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.