କରୋନା ମୁକାବିଲା: ପୁଣି ହୃଦୟ ଜିଣିଲେ ସଚିନ, ୫୦ ଲକ୍ଷ ଟଙ୍କା ଦାନ ପରେ ଏବେ ୫୦୦୦ ଲୋକଙ୍କୁ ଦେବେ ରାସନ ସାମଗ୍ରୀ

Published By : Prameya-News7 Bureau | April 11, 2020 IST

ମୁମ୍ବାଇ, ୧୧|୦୪:  ଭାରତରେ ଦିନକୁ ଦିନ କରୋନା ଭାଇରସର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏବେସୁଦ୍ଧା ଦେଶରେ ୬ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏହି ଭାଇରସ ବିରୋଧି ମୁକାବିଲାରେ ବିଶ୍ୱର ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ପୂର୍ବରୁ ୫୦ ଲକ୍ଷ ଟଙ୍କା ଦାନ କରିଥିଲେ । ଏବେ ସେ ଆଉ ଏକ ବଡ ଘୋଷଣା କରିଛନ୍ତି । ସେ ୫ ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇବେ ବୋଲି ଘୋଷଣା କରିଛନ୍ତି । ଏକ ଏନଜିଓ ଟ୍ୱିଟ କରି ସଚିନଙ୍କୁ ଧନ୍ୟବାଦ ଜଣାଇଛି ।

wp:core-embed/twitter {"url":"https://twitter.com/sachin_rt/status/1248263756351590401","type":"rich","providerNameSlug":"twitter","className":""}
https://twitter.com/sachin_rt/status/1248263756351590401
/wp:core-embed/twitter

ଏନଜିଓ ନିଜ ଟ୍ୱିଟରେ କହିଛି ଯେ, ସଚିନଙ୍କୁ ଧନ୍ୟବାଦ । ଏହି ଉଦ୍ୟମ ପାଇଁ ସଚିନ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସଙ୍ଗଠନ ଲକଡାଉନ ସମୟରେ ଖାଇବାକୁ ପାଉନଥିବା ଲୋକଙ୍କୁ ସାହାଯ୍ୟ କରିଥାଏ । ସଚିନ ଏକ ମାସ ଯାଏଁ ରାସନ ସାମଗ୍ରୀର ଦାୟିତ୍ୱ ନେବେ । ଏହାପରେ ସଚିନ ଏହି ଏନଜିଓକୁ ଧନ୍ୟବାଦ ଦେଇଛନ୍ତି ।

ମହାରାଷ୍ଟ୍ର ସରକାରଙ୍କୁ ଜଣାଇଲେ ଧନ୍ୟବାଦ

ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଅନେକ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି । ଲୋକଙ୍କ ଟେଷ୍ଟିଂ ମଧ୍ୟ ଜାରି ରହିଛି । କିନ୍ତୁ କ୍ୱାରେଣ୍ଟାଇନ ପାଇଁ ସ୍ଥାନର ଅଭାବ ରହିଛି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଏକ ଭଲ ପଦକ୍ଷେପ ନେଇଛନ୍ତି । ଏହାକୁ ସଚିନ ପ୍ରଶଂସା କରିଛନ୍ତି । ସରକାର ବର୍ଲୀରେ ଥିବା ନ୍ୟାଶନାଲ ସ୍ପୋର୍ଟସ୍ କ୍ଲବକୁ କ୍ୱାରେଣ୍ଟାଇନ ଓ୍ୱାର୍ଡରେ ପରିବର୍ତ୍ତନ କରିଛନ୍ତି । ଏହାକୁ ନେଇ ଲଚିନ କହିଛନ୍ତି ଯେ, ଏହି ପରିବର୍ତ୍ତନ ଜରୁରୀ ଥିଲା । ସରକାର କରୋନା ମୁକାବିଲାରେ ଭଲ ପଦକ୍ଷେପ ନେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.